fbpx

ହୃଦୟ ବିଦାରକ: ବାପାର ତନ୍ତ୍ର ପୂଜା ପାଇଁ ବଳି ପଡ଼ିଲା ଝିଅ

ହାଇଦ୍ରାବାଦ: ତନ୍ତ୍ର ପୂଜା କରିବା ପଡ଼ିଲା ମହଙ୍ଗା, ଚାଲିଗଲା ଚାରି ବର୍ଷର ଝିଅର ଜୀବନ । ଏହି ତନ୍ତ୍ରମନ୍ତ୍ର ପୁଣି ଝିଅର ବାପା ହିଁ କରୁଥିଲା । ବାପାର ତନ୍ତ୍ର ସାଧନା ଯୋଗୁଁ ଚାଲିଗଲା ନିରୀହ ଜୀବନ । ତେବେ ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି ।

ଏଭଳି ଏକ ଅଭାବନୀୟ ଘଟଣା ଦେଖବାକୁ ମିଳିଛି ଆନ୍ଧ୍ରପ୍ରଦେଶ ନିଲୋର ଜିଲ୍ଲାରେ । ଯେଉଁଠାରେ ଜଣେ ୩୨ ବର୍ଷୀୟ ବ୍ୟକ୍ତିଙ୍କୁ ଗୁରୁବାର ପୋଲିସ ଗିରଫ କରିଛି, ଏହି ବ୍ୟକ୍ତି ବିରୋଧରେ ହତ୍ୟା ଏବଂ ତନ୍ତ୍ରମନ୍ତ୍ର କରିବା ନେଇ ଅଭିଯୋଗ ରହିଛି ।

ପୋଲିସ ଅନୂଯାୟୀ ଅଭିଯୁକ୍ତ କାନ୍ଦା ଭେଣୁଗୋପାଳ ବ୍ୟବସାୟରେ କ୍ଷତିର ସହିବାରୁ ମାନସିକ ଅବସାଦରେ ରହିଥିଲା । କିପରି ବ୍ୟବସାୟରେ ଉନ୍ନତି ହେବ ଏବଂ ତାଙ୍କର ମଙ୍ଗଳ ହେବ ଏଥିପାଇଁ ଏକ ପୂଜା କରିବା ବାହାନାରେ ସେ ପତ୍ନୀ ଏବଂ ଦୁଇ ଝିଅଙ୍କୁ ସ୍ତ୍ରୀଙ୍କ ବାପ ଘରୁ ନିଜ ପାଖକୁ ନେଇଆସିଥିଲେ ।
ପୋଲିସ ଅଧିକାରୀ କହିଛନ୍ତି ଯେ ବୁଧବାର ସେ ଘରେ ପୂଜା ଆରମ୍ଭ କରିଥିଲା । ଅଭିଯୁକ୍ତ ଝିଅକୁ ପୂଜା ଘରକୁ ଡାକିଥିଲା ଏବଂ ହଳଦୀ ପାଣି ଛିଞ୍ଚିବାକୁ ଲାଗିଥିଲା । କିନ୍ତୁ ହଠାତ୍ ସେ ଝିଅର ପାଟିରେ ସିନ୍ଦୂର ପୁରାଇ ଦେଇଥିଲା । ହଠାତ୍ ଏତେ ଅଧିକ ମାତ୍ରାରେ ସିନ୍ଦୂର ଝିଅର ତଣ୍ଟିରେ ଫିସିଯାଇଥିଲା ଏବଂ ସେ କାନ୍ଦିବାକୁ ଲାଗିଥିଲା, କିଛି ସମୟ ମଧ୍ୟରେ ଝିଅ ଅଚେତ ହୋଇପଡ଼ିଥିଲା ।

ତେବେ ପାଟି ଶୁଣି ପଡ଼ୋଶୀମାନେ ସେଠାରେ ପହଞ୍ଚିଥିଲେ ଏବଂ ସଙ୍ଗେ ସଙ୍ଗେ ଝିଅକୁ ହସ୍ପିଟାଲ ନେଇଥିଲେ ଯେଉଁଠାରେ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ଝିଅଟିର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.