ଭଉଣୀ ବାହାଘର ପାଇଁ କ୍ୱାରେଣ୍ଟାଇନରୁ ଚମ୍ପଟ ମାରିଲେ ସଂକ୍ରମିତ ଯୁବତୀ

0 405

ଭଉଣୀ ବାହାଘରରେ ସାମିଲ ହେବା ପାଇଁ କ୍ୱାରେଣ୍ଟାଇନ ସେଣ୍ଟରରୁ ଚମ୍ପଟ ମାରିଲେ ଯୁବତୀ । ଏଭଳି ଘଟଣା ମଧ୍ୟପ୍ରଦେଶର ସିହୋର ଜିଲ୍ଲାର ଶ୍ୟାମପୁର ତହସିଲ ମୁଖ୍ୟାଳୟରେ ଘଟିଯାଇଛି । କରୋନା ସଂକ୍ରମିତ ଯୁବତୀଙ୍କୁ ପରେ ଧରିଥିଲା ପୋଲିସ ।

ଖବର ମୁତାବକ, ଭୋପାଳ ଜାହାଙ୍ଗୀରବାଦରୁ ଜଣେ ଯୁବତୀ ଭଉଣୀ ବାହାଘର ପାଇଁ ଶ୍ୟାମପୁରର ସିଲାଭତ ମୋହଲ୍ଲାରେ ପହଞ୍ଚିଥିଲେ । କରୋନା ସଂକ୍ରମିତ ହେବାରୁ ଯୁବତୀଙ୍କୁ ଭୋପାଳର ଏକ କ୍ୱାରେଣ୍ଟାଇନରେ ରଖାଯାଇଥିଲା । କିନ୍ତୁ ଭଉଣୀ ବିବାହରେ ଯୋଗ ଦେବାକୁ ଯାଇ ଯୁବତୀ ଜଣକ କ୍ୱାରେଣ୍ଟାଇନରୁ ଖସି ପଳାଇଆସିଲେ । ଏହାପରେ ଭୋପାଳ ପାଲିସ ବିବାହ କାର୍ଯ୍ୟକ୍ରମରେ ପହଞ୍ଚି ଯୁବତୀଙ୍କୁ ଫେରାଇ ଆଣିଥିଲା । ଘଟଣାର ଖବର ପାଇବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିବା ପରିବାରର ୧୮ ସଦସ୍ୟଙ୍କ ନମୁନାକୁ ତଦନ୍ତ ପାଇଁ ପଠାଇଛନ୍ତି ।

Leave A Reply

Your email address will not be published.