ଆଜି ୪୫.୫ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର

0 91

ଭୁବନେଶ୍ୱର, ୨୩/୫(ଓଡିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ଏହାସହ ଓଡ଼ିଶାର ୧୨ଟି ସହରର ତାପମାତ୍ରା ଆଜି ୪୧ ଡିଗ୍ରୀ ଟପିିିଛି।୪୫.୫ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର। ସେହିପରି ଭବାନୀପାଟଣା ୪୪.୨ , ତାଳଚେର ୪୩.୮ , ବଲାଙ୍ଗିର ୪୩.୫, ମାଲକାନଗିରି ୪୩, ସମ୍ବଲପୁର ୪୨.୬, ବୌଦ୍ଧ ୪୨.୫ , ହୀରାକୁଦ ୪୨.୨, ସୋନପୁର ୪୨.୨,  ଝାରସୁଗୁଡ଼ା ୪୨.୨ ଡିଗ୍ରୀ, ପାରଳାଖେମୁଣ୍ଡି ୪୨ ଓ ଫୁଲବାଣୀ ୪୧.୪ ଡିଗ୍ରୀ ରହିଛି ।

ଅନ୍ୟପଟେ ଆଜିଠାରୁ ୨୭ତାରିଖ ଯାଏଁ ୫ଜିଲ୍ଳାରେ ତାପମାତ୍ରା ଅଧିକ ରହିବ । ଏନେଇ  ଆଜି ୫ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ୫ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୫ଜିଲ୍ଲା ଗୁଡ଼ିକ ହେଉଛି ଅନୁଗୁଳ, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର ଓ କଳାହାଣ୍ଡି ।

Leave A Reply

Your email address will not be published.