ଲକଡାଉନରେ ଚନ୍ଦା ହେଇଗଲା ୮ ବର୍ଷର ବାଳିକା; କାରଣ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ନୂଆଦିଲ୍ଳୀ: ବିଶ୍ୱବ୍ୟାପୀ କରୋନା ଏହାର ପ୍ରଭାବ ବିସ୍ତାର କରିଥିବା ବେଳେ ପ୍ରାୟତଃ ସମସ୍ତ ରାଷ୍ଟ୍ର ଲକଡାଉନ ଜାରି କରିଛନ୍ତି । ଲକଡାଉନରେ ରହିବା ଦ୍ୱାରା ଘର ମଧ୍ୟରେ ରହିବା ଦ୍ୱାରା ମାନସିକ ଅବସାଦ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସମସ୍ତ ବୟସ ବର୍ଗ ଏହାଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଛନ୍ତି । ଏମିତି ଏକ ଘଟଣା ଜଣେ ୮ ବର୍ଷୀୟା ବାଳିକା ସହିତ ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଲକଡାଉନ ମଧ୍ୟରେ ରହିଥିବା ବେଳେ ଜଣେ ୮ ବର୍ଷୀୟା ବାଳିକା ଚନ୍ଦା ହୋଇଯାଇଛି । ମାନସିକ ଅବସାଦ କାରଣରୁ ବାଳିକା ଜଣଙ୍କ ନିଜ ଚୁଟିକୁ ହାତରେ ଓପାଡି ପକାଇଥିଲେ ।

ବ୍ରିଟେନର ବ୍ରିଷ୍ଟଲରେ ଏମିତି ଏକ ଘଟଣା ଘଟିଛି । ଏମିଲିଆ ନାମକ ୮ ବର୍ଷୀୟା ବାଳିକା ମାନସିକ ଅବସାଦ କାରଣରୁ ନିଜର ସମସ୍ତ ଚୁଟି ଓପାଡି ଚନ୍ଦା ହୋଇଯାଇଥିଲା । ଏମିଲିଆର ମା’ ଜେମା ମୈସି ଏପରି ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଥରେ ଏମିଲିଆ ନିଜର ଆଖିପତାର ବାଳ ଟାଣୁଥିବା ବେଳେ ଏହି ଘଟଣା ଜଣା ପଡିଥିଲା । ଏହି ରୋଗର ନାମ ଟ୍ରିଚୋଟିଲୋମାନିଆ ବୋଲି କୁହାଯାଇଛି । ଏହି ରୋଗରେ ଆକ୍ରାନ୍ତ ହେଲେ ନିଜ ଶରୀରରୁ ଚୁଟି ଛିଣ୍ଡାଇ ପକାନ୍ତି ଆକ୍ରାନ୍ତ । ବର୍ତ୍ତମାନ ଏମିଲିଆ ମୁଣ୍ଡରେ ମାତ୍ର ଅଳ୍ପ କିଛି ଚୁଟି ରହିଛି ।