fbpx

କାର୍ଯ୍ୟସ୍ଥଳରେ ଯୌନ ନିର୍ଯାତନା ମାମଲାର କୋର୍ଟ ଟ୍ରାଏଲ୍ କଭରେଜ ମିଡିଆ କରିପାରିବ ନାହିଁ: ବମ୍ବେ ହାଇକୋର୍ଟ

ମୁମ୍ବାଇ: ଅଫିସ ବା କାର୍ଯ୍ୟସ୍ଥଳରେ ଯୌନ ଉତ୍ପୀଡ଼ନ ମାମଲା ସହ ଜଡ଼ିତ ମାମଲାରେ କୋର୍ଟରେ କରାଯାଉଥିବା ଶୁଣାଣିର ମିଡିଆ ରିପୋର୍ଟିଂ କରିବା ଉପରେ ରୋକ୍ ଲଗାଇଛନ୍ତି ବମ୍ବେ ହାଇକୋର୍ଟ । ଏହି ମାମଲା ସହ ଜଡ଼ିତ ଆବେଦନର ଶୁଣାଣି କରିବା ସମୟରେ ଅଦାଲତ କହିଛନ୍ତି ଯେ, “ଏହି ଭଳି ମାମଲାରେ ଲଗାତର ଭାବରେ ବଢ଼େଇ ଚଢ଼େଇ ରିପୋର୍ଟିଂ କରାଯାଏ । ଯାହାକି ଉଭୟ ପୀଡ଼ିତା ଏବଂ ଅଭିଯୁକ୍ତର ଅଧିକାରକୁ କ୍ଷୁର୍ଣ୍ଣ କରିବା” । ସୋମବାର ଦିନ ଏହି ମାମଲାର ଶୁଣାଣି କରିବା ସମୟରେ ଜଷ୍ଟିସ୍ ଜି ଏସ୍ ପଟେଲ, ଅଭିଯୁକ୍ତ ଏବଂ ପୀଡ଼ିତା, ଦୁହିଁଙ୍କର ପକ୍ଷର ହିତ ରକ୍ଷା କରିବାକୁ ଆଦେଶ ପାରିତ କରିଛନ୍ତି ।

ହାଇକୋର୍ଟ ଏଥିସହ ଜଡ଼ିତ ମାମଲାର ମିଡିଆ ରିପୋର୍ଟିଂ ଉପରେ ରୋକ୍ ଲଗାଇବାକୁ ଆଦେଶ ଜାରି କରି କହିଛନ୍ତି ଯେ, ଏହିସବୁ ମାମଲାର ଆଦେଶକୁ ବି ସାର୍ବଜନୀକ ଓ ଅପଲୋଡ୍ କରାଯାଇପାରିବ ନାହିଁ । ଏଥିସହିତ ଉଭୟ ପାର୍ଟିର ବ୍ୟକ୍ତିଗତ ରୂପରେ ପରିଚୟ ଯୋଗ୍ୟ ସୁଚନା ସମ୍ପର୍କରେ ବି କିଛି ପ୍ରକାଶ କରାଯିବ ନାହିଁ । ଏଥିସହିତ ଖୋଲା ଅଦାଲତରେ ଶୁଣାଣି କରାଯିବ ନାହିଁ । ନ୍ୟାୟାଧୀଶ ଙ୍କ ପକ୍ଷରେ କରାଯିବ । ଯଦି କୌଣସି ପକ୍ଷ ଏହାର ଉଲଂଘନ କରନ୍ତି ତେବେ ତାକୁ କୋର୍ଟର ଅବମାନନା ବୋଲି ଧରାଯିବ ।

 

Get real time updates directly on you device, subscribe now.