fbpx

ବାପା ଗିଫ୍ଟରେ ଦେଲେ ସ୍କୁଟି, କିନ୍ତୁ ଚଲାଇପାରୁନି ଝିଅ; ନମ୍ବର ପ୍ଲେଟରେ ରହିଛି SEX…

ନୂଆଦିଲ୍ଲୀ: କୌଣସି ଗାଡ଼ିର ନମ୍ବର ପ୍ଲେଟ୍ ହେଉଛି ଏପରି ଏକ ଜିନିଷ ଯାହାକୁ ଆମେ ତୁରନ୍ତ ଲକ୍ଷ୍ୟ କରିଥାଉ । ସାଧାରଣତଃ କିଛି ନମ୍ବର ଓ ଆଲ୍ଫାବେଟ୍ କୁ ନେଇ ଗାଡ଼ିର ନମ୍ବର ପ୍ଲେଟ୍ ତିଆରି ହୋଇଥାଏ । ତେବେ ସେଥିରେ ଥବବା ଆଲ୍ଫାବେଟ୍ ର କୌଣସି ଅର୍ଥ ନଥାଏ । ହେଲେ ଗୋଟିଏ ଝିଅକୁ ଏହିଟ୍ମ୍ର ପ୍ଲେଟ୍ କାରଣରୁ ଗାଡ଼ି ଚଲାଇବା କଷ୍ଟକର ହୋଇଯାଇଛି । ଏବେ ଆପଣ ମାନେ ଗାଡ଼ି ନମ୍ବର ପ୍ଲେଟରେ ଏପରି କଣ ରହିଛି ଯେ, ଝିଅଟିକୁ ଚଲାଇବାରେ ଅସୁବିଧା ହେଉଛି? ତାକୁ ଅନେକ ଲଜ୍ଜାର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ୁଛି ।

ସୂଚନାଯେ, ଜନକପୁରୀରେ ରହୁଥିବା ମାନସୀ ଫ୍ୟାଶନ୍ ଡିଜାଇନ୍ ର ଜଣେ ଛାତ୍ରୀ । ଜନକପୁରୀ ରୁ ନୋଏଡ଼ାକୁ ସେ ମେଟ୍ରୋରେ ଯିବା ଆସିବା କରେ । ହେଲେ ତାକୁ ଲମ୍ବା ସମୟ ପର୍ଯ୍ୟନ୍ତ ଯାତ୍ରା କରିବାକୁ ପଡ଼ୁଥିବାରୁ ସେ ନିଜ ବାପାଙ୍କୁ ଏକ ସ୍କୁଟି ଆଣିବା ପାଇଁ କହିଥିଲା । ପ୍ରାୟ ୧ ବର୍ଷ ପରେ ବାପା ଦୀପାବଳୀ ଅବସରରେ ନିଜ ଝିଅକୁ ଗାଡ଼ି ଗିଫ୍ଟ କରଥିଲେ । ହେଲେ ଗାଡ଼ି ଟିରେ ଏପରି କିଛି ଥିଲା ଯେଉଁଥିପାଇଁ ତାକୁ ଏବେ ଲଜ୍ଜା ସହିବାକୁ ପଡ଼ୁଛି ।

ବାସ୍ତବରେ ମାନସୀକୁ ଆରଟିଓ ତରଫରୁ ଯେଉଁ ନମ୍ବର ମିଳିଛି ସେଥିରେ SEX ଆଲ୍ଫାବେଟ୍ ରହିଛି । ସ୍କୁଟିର ରେଜିଷ୍ଟ୍ରେସନ୍ ନମ୍ବର ଡିଏଲ୩ SEX…. ରହିଛି । ଏହି କାରଣ ପାଇଁ ଗାଡ଼ି ଚଲାଇବା ବେଳେ ମାନସୀକୁ ଅନେକ କଥା ଶୁଣିବାକୁ ପଡ଼ୁଛି । କେବଳ ମାନସୀଙ୍କୁ ନୁହେଁ ବରଂ ତାଙ୍କ ବାପାଙ୍କୁ ମଧଞ ଲଜ୍ଜା ସହ୍ୟ କରିବାକୁ ପଡ଼ୁଛି । ତେବେ ଗାଡ଼ି ନମ୍ବର ବଦଳାଇବାକୁ ବିକ୍ରେତାଙ୍କୁ କହିଥିଲେ ହେଲେ କୌଣସି ସୁଫଳ ମିଳିନଥିଲା । ସେମାନେ କହିଥିଲେ ଯେ, ନମ୍ବର ଅନଲାଇନ୍ ରେ ମିଳୁଛି ତାକୁ ବଦଳାଇ ହେବନି ।

Get real time updates directly on you device, subscribe now.