fbpx

(Video) ଯୁବତୀଙ୍କୁ ବ୍ରିଜରୁ ଏପରି ଠେଲି ଦେଲା ସାଙ୍ଗ, ୬୦ ଫୁଟ ତଳେ ଥିବା ନଦୀରେ ଯାଇ ପଡିଲେ, ଦେଖନ୍ତୁ ଭୟଙ୍କର ଭିଡିଓ

Advertisement

ନୂଆଦିଲ୍ଲୀ: ସାଙ୍ଗ ସାଥୀରେ ମଜାମସ୍ତି ସବୁବେଳେ ଚାଲିଥାଏ । ବେଳେ ବେଳେ ଲୋକମାନେ ମଜାକ ନାମରେ ପ୍ରାଙ୍କ ମଧ୍ୟ କରିଥାଆନ୍ତି । ହେଲେ ଯେତେବେଳେ ସାଙ୍ଗ ବିପଦରେ ପଡେ ସେତେବେଳେ ଅନ୍ୟ ଜଣେ ସାଙ୍ଗ ତାଙ୍କୁ ସାହାଯ୍ୟ କରନ୍ତି । ହେଲେ ଏହି ଖବରରେ ଆପଣ ଦେଖିବେ ଯେ, ସାଙ୍ଗକୁ ଅନ୍ୟ ଜଣେ ସାଙ୍ଗ କିପରି ବିପଦରେ ପକାଉଛି । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ, ଜଣେ ଯୁବତୀଙ୍କୁ ତାଙ୍କ ସାଙ୍ଗ ବ୍ରିଜରୁ ତଳକୁ ଠେଲିଦେଉଛନ୍ତି । ହେଲେ ସୌଭାଗ୍ୟବସତଃ ଏହି ୬୦ ଫୁଟ ତଳେ ନଦୀ ଥିଲା, ସେଠାରେ କୌଣସି ଚଟାଣ କିମ୍ବା ପଥର ନଥିଲା । ସେହି ଯୁବତୀଙ୍କ ଜୀବନ ବଞ୍ଚିଯାଇଛି, ହେଲେ ବହୁତ ବଡ଼ ଦୁର୍ଘଟଣା ଘଟିଥାଆନ୍ତା ବୋଲି କୁହାଯାଉଛି । ଶେଷରେ ସେହି ଠେଲିଦେଇଥିବା ସାଙ୍ଗଙ୍କୁ ଜେଲ ଯିବାକୁ ପଡିଲା । ଭାଇରାଲ ହେଉଥିବା ଏହି ଭିଡିଓ କୁ ସୋସିଆଲ ମିଡିଆର ପ୍ଲାଟଫର୍ମ ଏକ୍ସରେ @PicturesFoIder ନାମର ଆକାଉଣ୍ଟରେ ସେୟାର କରାଯାଇଛି ।

ଏହି ମାମଲା ୫ ବର୍ଷର ପୁରୁଣା ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ରିପୋର୍ଟ ମୁତାବକ, ଏହି ଘଟଣା ୱାଶିଂଟନରେ ୨୦୨୯ ମସିହାରେ ଘଟିଥିଲା । ଏଥିରେ ଡେଇଁଥିବା ଯୁବତୀଙ୍କର ୬ଟି ପଞ୍ଜରାହାଡ ଭାଙ୍ଗିବା ସହ ଫୁସଫୁସରେ ମଧ୍ୟ ଆଘାତ ଲାଗିଥିଲା । ଏଥିରେ କୋର୍ଟ ସେହି ସାଙ୍ଗଙ୍କୁ ଦୁଇ ଦିନ ଜେଲ ଦଣ୍ଡ ସହ ୩୦୦ ଡଲାର ଜରିମାନା ଶୁଣାଇଥିଲେ । ଏହି ଘଟଣାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସାଙ୍ଗଙ୍କୁ ଧକ୍କା ଦେଇସାରିବା ପରେ ସେ ତାଙ୍କୁ ଦେଖିବା ପାଇଁ ତଳକୁ ନଯାଇ ଘଟଣାସ୍ଥଳରୁ ସିଧା ଫେରାର ହୋଇଯାଇଥିଲେ ।

Get real time updates directly on you device, subscribe now.