fbpx

ଆପଣଙ୍କ ଶୋଇବା ଭଙ୍ଗୀରୁ ଜଣାପଡିବ ଆପଣଙ୍କ ଭବିଷ୍ୟତ, ଜାଣନ୍ତୁ କିପରି

Advertisement

ସାମୁଦ୍ରିକ ଶାସ୍ତ୍ର କହୁଛି, ଶୋଇବା ଭଙ୍ଗୀରୁ ଜଣେ ବ୍ୟକ୍ତିର ଭବିଷ୍ୟତ କିପରି ହେବ ତାହା ଜାଣିହେବ । ଯେମିତି ଜଣେ ବ୍ୟକ୍ତିର ହାତ ରେଖା, ଶରୀରର ଅଙ୍ଗକୁ ନେଇ ଭାଗ୍ୟ ନିର୍ଦ୍ଧାରଣ କରାଥାଏ ସେହିପରି ଶୋଇବା ଭଙ୍ଗୀକୁ ନେଇ ଜାଣିହେବ ଭବିଷ୍ୟ । ତେବେ ଆପଣ କିପରି ଶୋଉଛନ୍ତି ତାହାକୁ ନେଇ କଣ ରହିଛି ଭାଗ୍ୟଭବିଷ୍ୟ ତାହା ଜାଣି ରଖନ୍ତୁ । ଆମେ ଜାଣୁ ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କ କାର୍ଯ୍ୟ କରିବା ଶୈଳୀ ସମାନ ହୋଇ ନଥାଏ, ସେଥିପାଇଁ ସବୁ ବ୍ୟକ୍ତିଙ୍କ ଶୋଇବା ଶୈଳୀ ସମାନ ନଥାଏ । ତେବେ ଆପଣ କେଉଁଭଳି ମଣିଷ, ଆପଣଙ୍କ ରୁଚି କଣ, ଆଗକୁ ଆପଣଙ୍କ ଜୀବନରେ କଣ ହେବ ତାହା ଜାଣି ହୋଇପାରିବ ଶୋଇବା ଭଙ୍ଗୀକୁ ନେଇ ।

-ଯେଉଁ ବ୍ୟକ୍ତି କରଲେଉଟାଇ ଶୋଇଥାଏ, ତାହାର ଅର୍ଥ ହେଉଛି ସେହି ବ୍ୟକ୍ତି ନିଜର ଗୁପ୍ତ କଥା ନିଜ ଭିତରେ ରଖିଥାଏ ଏବଂ କାହାକୁ ନିଜ କଥା ପ୍ରକାଶ କରି ନଥାଏ । ଏହିଭଳି ବ୍ୟକ୍ତି ଜୀବନରେ ଅନେକ ଉଚ୍ଚପଦବୀରେ ରହିଥାନ୍ତି । ଏମାନେ ଆଜ୍ୟବାଜ୍ୟ ଖର୍ଚ୍ଚ କରିବାକୁ ପସନ୍ଦ କରି ନଥାନ୍ତି ଓ ଏମାନେ ପଇସା ସଂଚୟ କରିପାରନ୍ତି ।

-ଯେଉଁ ଲୋକ ଶୋଇବା ପାଇଁ ବହୁତ ଜାଗା ଦରକାର କରିଥାଏ ସେ ଜୀବନରେ ବହୁ ସଂଘର୍ଷର ସାମ୍ନା କରିଥାଏ । ପାଇସା ଏମାନଙ୍କ ପାଖକୁ ଆସିନଥାଏ । ଏବଂ ଏମାନେ ବହୁ ଅଳସ ଓ ରାଗି ସ୍ୱାଭାବର ହୋଇଥାନ୍ତି । ଏମାନଙ୍କ ଜୀବନରେ କିଏ ଜବର ଦଖଲ କରୁ ଏମାନେ ଚାହାଁନ୍ତି ନାହିଁ ।

-ଯିଏ ପୁରା ସିଧା ହୋଇ ଶୋଇଥାଏ , ଏହାସହ ମୋଟେ କଡଲେଉଟାଏ ନାହିଁ ସେଭଳି ବ୍ୟକ୍ତି ନିଷ୍ପତ୍ତିରେ ଦୃଢ ଅଟନ୍ତି ଏହାସହ ସମ୍ଫର୍କକୁ ସଠିକ ଭାବେ ତୁଲାଇଥାନ୍ତି ।

-ଯେଉଁ ଲୋକ ୮ଘଣ୍ଟାରୁ ମଧ୍ୟ ଅଧିକ ଶୋଇଥାଏ ସେହି ବ୍ୟକ୍ତି ନିଜ ଜୀବନ ଅନୁସାରେ ବଂଚିବା ପସନ୍ଦ କରିଥାଏ । ଏମାନେ ଟିକେ ଅଳସୁଆ ସହ ସବୁବେଳେ ସ୍ୱାଧୀନ ହୋଇ ବଂଚିବାକୁ ଚାହାଁନ୍ତି ।

-ପେଟ ତଳକୁ ମାଡି ଶୋଉଥିବା ବ୍ୟକ୍ତି ଅନ୍ୟଠାରୁ କାମ ବେଶ ଭଲ ଭାବେ ହାସଲ କରିଥାନ୍ତି । ଏମାନେ ବିଶ୍ୱାସ ଯୋଗ୍ୟ ହୋଇନଥିବା ବେଳେ ସବୁବେଳେ ଚତୁରତା ସହ କାମ କରିଥାନ୍ତି ।

 

Get real time updates directly on you device, subscribe now.