fbpx

‘ମୁଁ ବଞ୍ଚିଛି’- ଚିତା ଜଳିବା ପରେ ଥାନାରେ ପହଞ୍ଚି କହିଲେ ନାବାଳିକା

ପାଟନା : ବିହାରର ରାଜଧାନୀ ପାଟନାସ୍ଥିତ ଗୌରୀଚକର ଅଣ୍ଡାରୀ ଗ୍ରାମରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ସେଠାରେ ଜଣେ ନାବାଳିକା ଗାଁର ପ୍ରେମିକ ସହ ଫେରାର୍ ହୋଇଥିଲେ । ନାବାଳିକାଙ୍କ ମା’ ଘଟଣାକୁ ନେଇ ଗୌରୀଚକ ଥାନାରେ ଅଭିଯୋଗ କରିଥିଲେ । ଫଳରେ ନାବାଳିକକୁ ଖୋଜିବା ପାଇଁ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । କିଛିଦିନ ପରେ ଜଣେ ଝିଅର ଅର୍ଦ୍ଧନଗ୍ନ ମୃତଦେହ ମିଳିବାରୁ ପୋଲିସ ନାବାଳିକାର ମା’ଙ୍କୁ ଡକାଇ ଚିହ୍ନଟ କରିଥିଲା । ମୃତଦେହ ଚିହ୍ନଟ ପରେ ମା ଏହାକୁ ନିଜ ଝିଅ ବୋଲି ପରିଚୟ ଦେଇନଥିଲେ ।

ଏହା ପରେ ପୋଲିସ ନାବାଳିକାର ଶବକୁ ପାଟନାର ନାଲନ୍ଦା ମେଡିକାଲକୁ ଚିହ୍ନଟ ପାଇଁ ପଠାଇଥିଲା । ଦ୍ୱିତୀୟ ଥର ପାଇଁ ପୋଲିସ ଦ୍ୱାରା ଚିହ୍ନଟ ହେବାରୁ ମା ସେହି ଶବକୁ ନିଜ ଝିଅର କହିଥିଲେ ଓ ଗାଁର କିଛି ଲୋକଙ୍କ ଉପରେ ହତ୍ୟାର ଅଭିଯୋଗ କରିଥିଲେ । ଏହି ଆଧାରରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହା ପରେ ମା’ ମୃତ ଦେହକୁ ଶବଦାହ କରିଥିଲେ ।

ଏହି ଘଟଣାକୁ ପ୍ରାୟ ଦେକ୍ଷମାସ ବିତିଯିବା ପରେ ନାବାଳିକା ଜଣକ ଗୌରୀଚକ ଥାନାରେ ପହଞ୍ଚିଥିଲେ । ନିଖୋଜ ଝିଅକୁ ସାମ୍ନାରେ ଦେଖି ପୋଲିସ ଓ ତାଙ୍କ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ । ନାବାଳିକା ନିଜର ପରିଚୟ କହି ଖୁଲାସା କରିଥିଲେ ଯେ, ଗାଁର ଜଣେ ଯୁବକଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା । ଯୁବକଙ୍କ ସହ ସେ ପ୍ରେମ ବିବାହ କରି ଚେନ୍ନାଇ ପଳାଇଥିଲେ । ନାବାଳିକା ଜଣକ ଆସିବା ପରେ ପୋଲିସ ପୁଣିଥରେ ଅର୍ଦ୍ଧନଗ୍ନ ଶବର ଅନୁସନ୍ଧାନ ଆରମ୍ଭ କରିଛି ।

Get real time updates directly on you device, subscribe now.