fbpx
BSKY
BJD SHG SKY
BJD MC SKY

(Video) ମଇଁଷି ଆଗରେ ଖାଇବା ଦେଇ ନାଚିବାକୁ ଲାଗିଲେ ଯୁବତୀ: ଆଉ ତା’ପରେ ଯାହା ହେଲା…

ନୂଆଦିଲ୍ଲୀ: ଇଣ୍ଟରନେଟରେ ପ୍ରାୟତଃ ଅନେକ ହସ ଭିଡିଓ ଭାଇରାଲ ହୋଇଥାଏ । ଅନେକଥର ଏପରି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖି ଲୋକମାନେ ହସି ହସି ଗଡ଼ିଯାଆନ୍ତି । ଏପରି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପରେ ଆପଣ ବି ହସକୁ କଣ୍ଟ୍ରୋଲ କରିପାରିବେନି । ହୋଇପାରେ ଆପଣ ଏପରି ଭିଡିଓ ଆଗରୁ ଦେଖିନଥିବେ । ଲୋକମାନେ ବାରମ୍ବାର ଏହି ଭିଡିଓକୁ ଦେଖିବାରେ ଲାଗିଛନ୍ତି ।

ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ଯୁବତୀ ବାଲଟିରେ ଖାଇବା ଚାରା ନେଇ ମଇଁଷି ପାଖରେ ପହଞ୍ଚୁଛନ୍ତି । ସେ ଚାରାକୁ ଖାଇବା ସ୍ଥଳିରେ ଢ଼ାଳିବା ପରେ ସେଠାରେ ଠିଆ ହୋଇ ଡ୍ୟାନ୍ସ କରିବାକୁ ଲାଗିଥିଲେ । ଯୁବତୀ ଜଣକ ନାଗିନ୍ ଗୀତରେ ଡ୍ୟାନ୍ସ କରୁଥିବା ବେଳେ ମଇଁଷିକୁ ଏହା ପସନ୍ଦ ଆସିନଥିଲା ।

ଫଳରେ ମଇଁଷି ରାଗିଯାଇ ଡ୍ୟାନ୍ସ କରୁଥିବା ଯୁବତୀଙ୍କୁ ନିଜ ଶିଙ୍ଗରେ ଆକ୍ରମଣ କରିଥିଲେ । ଆକ୍ରମଣ ଏତେ ଜୋରଦାର ଥିଲା ଯେ ଯୁବତୀ ଜଣକ ନିଜକୁ କଣ୍ଟ୍ରୋଲ କରିନପାରି ପାଖରେ ଥିବା ଖାଇବା କୁଣ୍ଡ ଉପରେ ପଡିଥିଲେ ଓ ଉଠିବାକୁ ଅସମର୍ଥ ହୋଇଥିଲେ । ଭିଡିଓରେ ଏପରି ଦୃଶ୍ୟ ଦେଖି ଲୋକମାନେ ହସି ହସି ମଜାଦାର କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Psycho Bihari (@psycho_biharii2)

 

Get real time updates directly on you device, subscribe now.