fbpx

୨୯ ଜୁଲାଇରୁ ଏହି ୪ ରାଶିର ଲୋକଙ୍କ ପାଇଁ ଆରମ୍ଭ ହେବ ଶୁଭ ଦିନ: ହୋଇଯିବେ ମାଲାମାଲ୍

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ । ବୃହସ୍ପତି ଗ୍ରହର ସ୍ଥିତିର ପରିବର୍ତ୍ତନ ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଜୁଲାଇ ୨୯ ରେ ଦେବଗୁରୁ ବୃହସ୍ପତି ମୀନ ରାଶିରେ ବକ୍ର ହେବାକୁ ଯାଉଛନ୍ତି ଓ ନଭେମ୍ବର ୨୪ ପର୍ଯ୍ୟନ୍ତ ସେହି ଅବସ୍ଥାରେ ରହିବେ । ତେବେ ଆସନ୍ତୁ ଜାଣିବା ଏହାଦ୍ୱାରା କେଉଁ ରାଶିର ଲୋକଙ୍କ ପାଇଁ ଏହା ଶୁଭ ହେବ…

କର୍କଟ- ବୃହସ୍ପତି ଗ୍ରହର ବକ୍ର ଅବଧି ସମୟରେ କର୍କଟ ରାଶିର ଲୋକେ ନୂଆ ଚାକିରିର ସୁଯୋଗ ପାଇପାରିବେ । ଧନ ଲାଭର ପ୍ରବଳ ସମ୍ଭାବନା ରହିବ । ଆପଣଙ୍କୁ ଚାକିରିରେ ପଦୋନ୍ନତି ମିଳିବ । ବ୍ୟବସାୟୀମାନଙ୍କ ପାଇଁ ଏହା କୌଣସି ବରଦାନଠାରୁ କମ୍ ହେବାନାହିଁ । ଆପଣ ଟଙ୍କା ସଞ୍ଚୟ କରିବାରେ ସଫଳ ହେବେ ।

ମକର ରାଶି- ମକର ରାଶିର ଲୋକମାନେ ରୋଜଗାରର ଅନ୍ୟ ମାଧ୍ୟମ ପାଇବେ । ପରିବାର ସଦସ୍ୟଙ୍କ ସାହାଯ୍ୟରେ ଟଙ୍କା ହାସଲ କରାଯାଇପାରିବ । ଉଚ୍ଚ ପଦାଧିକାରୀଙ୍କ ସହ ସମ୍ପର୍କ ମଜବୁତ ହେବ । କ୍ୟାରିୟର ଉନ୍ନତି ପାଇଁ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିବ ।

ସିଂହ- ସିଂହ ରାଶିର ଲୋକମାନଙ୍କୁ ଏହି ସମୟରେ ଅଚାନକ୍ ଧନଲାଭ ହୋଇପାରେ । ଆର୍ôଥକ ସ୍ଥିତିରେ ଏକ ସକରାତ୍ମକ ପରିବର୍ତ୍ତନ ଆସିବ । ଭ୍ରମଣ କରିବାର ଯୋଗ ରହିଛି । ବ୍ୟବସାୟୀମାନଙ୍କୁ ପ୍ରଚୁର ଲାଭ ମିଳିବ । ଏହି ସମୟ ଛାତ୍ରମାନଙ୍କ ପାଇଁ ଅନୁକୂଳ ରହିବ ।

ବିଛା – ବିଛା ରାଶିର ଲୋକଙ୍କ ପାଇଁ ଏହି ସମୟ ଭଲ ରହିବ । ଏହି ସମୟରେ ଆପଣଙ୍କୁ ଚାକିରିରେ ପଦୋନ୍ନତି ସହିତ ଆୟ ବୃଦ୍ଧି ହେବ । ନିବେଶରେ ଲାଭ ମିଳିବ । ଜୀବନସାଥୀ ସହିତ ଭଲ ସମୟ ଅତିବାହିତ କରିବେ ।

Get real time updates directly on you device, subscribe now.