fbpx

ଆଶ୍ରମ ବିଦ୍ୟାଳୟର ଅଧ୍ୟାପକଙ୍କ ବିରୋଧରେ ଅସଦାଚରଣ ଅଭିଯେଗା କଲେ ଛାତ୍ରୀ, ମାମଲା ରୁଜୁ ପରେ ଅମରକୁ ଉଠାଇଆଣିଲା ପୋଲିସ

ନବରଙ୍ଗପୁର, (ଭାସ୍କର ନ୍ୟୁଜ୍‌): ନବରଙ୍ଗପୁରର ଏକ ଆଶ୍ରମ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଦ୍ୱିତୀୟ ବର୍ଷ ଛାତ୍ରୀମାନଙ୍କୁ ଅଧ୍ୟାପକ ଆଶାଳୀନ ବ୍ୟବହାର କରିଥିବା ନେଇ ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ ଡିଏସ୍‌ପି ଦିବ୍ୟକାନ୍ତି ଲାକ୍ରାଙ୍କ ନିକଟରେ ଛାତ୍ରୀମାନେ ଲିଖିତ ଅଭିଯୋଗ ଦେଇଛନ୍ତି । ନବରଙ୍ଗପୁର ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ ବିଦ୍ୟାଳୟର ଅଧ୍ୟାପକ ଅମର କୁମାର ନାଥ ବିଭିନ୍ନ ପ୍ରକାର ଆଶାଳୀନ ବହି ଦେଖାଇବା, ଖରାପ ଇଙ୍ଗିତ କରିବା ସହ ଛାତ୍ରୀମାନଙ୍କ ବିଭିନ୍ନ ଅଙ୍ଗ ଉପରେ ହାତ ମାରୁଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଏହାପରେ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏନେଇ ନବରଙ୍ଗପୁର ଥାନାରେ ୨୦୬/୨୨ରେ ମାମଲା ରୁଜୁ କରାଯିବା ସହ ଆଶ୍ରମ ବିଦ୍ୟାଳୟର ଅଧ୍ୟାପକ ଅମର କୁମାର ନାଥଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଛାତ୍ରୀଙ୍କ ଅଭିଯୋଗ ପ୍ରକାରେ, ଆଶ୍ରମ ବିଦ୍ୟାଳୟର ଅଧ୍ୟାପାକ ଅମର କୁମାର ନାଥ ଛାତ୍ରୀମାନଙ୍କୁ ଆଶାଳୀନ ବ୍ୟବହାର କରିଆସୁଥିଲେ । ଅନେକ ଦିନ ପୂର୍ବରୁ ସେ ଏପରି କରିଆସୁଥିବା ପୂର୍ବ ବ୍ୟାଚ୍‌ ଛାତ୍ରୀମାନେ ମଧ୍ୟ କହିଥିବା ଛାତ୍ରୀମାନେ ଉଲ୍ଲେଖ କରିଛନ୍ତି । ଅଧ୍ୟାପକ ନାଥଙ୍କ ବ୍ୟବହାରକୁ ଆଉ ସହ୍ୟ କରିହେଉ ନ ଥିବା ଏବଂ ପାଠପଢାରେ ସମସ୍ୟା ଦେଖାଦେଉଥିବା ଛାତ୍ରୀମାନେ ଅଭିଯୋଗ କରିଥିଲେ । ଏଥିପାଇଁ ଦ୍ୱାଦଶ ପରୀକ୍ଷା ଦେବାରେ ଠିକ୍‌ ଭାବରେ ଉତ୍ତର ଲେଖି ପାରଚନାହାନ୍ତି ବର୍ତ୍ତମାନ ଏହି ବିଦ୍ୟାଳୟରେ ଅସୁରକ୍ଷିତ ମନେ କରୁଛୁ ବୋଲି ଛାତ୍ରୀମାନେ ଡିଏସ୍‌ପିଙ୍କୁ ଜଣାଇଥିଲେ । ବିଦ୍ୟାଳୟର ଛାତ୍ରୀମାନେ ଚଳିତ ମାସ ୫ ତାରିଖରେ ବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ମହାପାତ୍ରଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସେ କର୍ଣ୍ଣାତ ନକରି ଓଲଟା ଅଧ୍ୟାପକଙ୍କ ସପକ୍ଷରେ କଥାକହି ମାନସିକ ଚାପ ପକାଉଥିଲେ । ଅଧ୍ୟାପକ ଅଧ୍ୟକ୍ଷଙ୍କ ସମ୍ପର୍କିୟ ହୋଇଥିବାରୁ ଛାତ୍ରୀମାନଙ୍କ ଅଭିଯୋଗକୁ ଗୁରତ୍ୱ ନ ଦେଇ ଅଧ୍ୟାପକ ନାଥଙ୍କୁ ସୁରକ୍ଷା ଦେଉ ଥିବା ଛାତ୍ରୀମାନେ କହିଛନ୍ତି । ଏଥିପା।ଇଁ ଛାତ୍ରୀମାନେ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନୂତନ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେବାକୁ ଅଭିଯୋଗ ଫର୍ଦ୍ଦରେ ଦର୍ଶାଇଛନ୍ତି ।

ଏନେଇ ପ୍ରିନ୍ସାଲ ରାଜେନ୍ଦ୍ର ପ୍ରସାଦ ମହାପାତ୍ର କହିଛନ୍ତି ଯେ, ଛାତ୍ରୀମାନେ ୮ତାରିଖ ଦିନ ଅଭିଯୋଗ କରିବା ସହ ୯ତାରିଖରେ ବିଦ୍ୟାଳୟ ଅଧ୍ୟାପକ ଓ ଶିକ୍ଷୟିତ୍ରୀମାନେ ଛାତ୍ରୀମାନଙ୍କୁ ପଚାରି ବିଝିଥିଲେ । ୧୦ ତାରିଖ ଦିନ ଅଧ୍ୟକ୍ଷ ଜବହାର ନବୋଦୟ ବିଦ୍ୟାଳୟକୁ ପରୀକ୍ଷା ଡ୍ୟୁଟିରେ ଯାଇଥିଲେ । ୧୧ ତାରିଖ ଦିନ ଅଧ୍ୟାପକ ନାଥଙ୍କ ସମେତ ସମସ୍ତ ଷ୍ଟାଫ୍‌ଙ୍କୁ ନେଇ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଅଧ୍ୟାପକ ନାଥଙ୍କୁ ଇସ୍ତଫା ଦେବା ପାଇଁ କହିଥିଲେ । ଅଧ୍ୟାପକ ନାଥ ଗୁରୁବାର ବ୍ୟକ୍ତିଗତ ଓ ପାରିବାରିକ କାରଣରୁ ଚାକିରିରୁ ଇସ୍ତଫା ଦେଇଥିବା ନେଇ ଅଧ୍ୟକ୍ଷଙ୍କୁ ଦର୍ଶାଇଛନ୍ତି । ଇସ୍ତଫାପତ୍ର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଦେଇଥିବା ଅଧ୍ୟକ୍ଷ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟଙ୍କୁ କହିଛନ୍ତି କି ମତେ ମୌଖିକ ଭାବେ ଜଣାଇଥିବା କହିବା ସହ ଇସ୍ତଫାପତ୍ର ଦେଇନାହାନ୍ତି ବୋଲି କହିଥିଲେ । ଅଧ୍ୟକ୍ଷଙ୍କ ମତ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ମତ ମଧ୍ୟରେ ତାଳମେଳ ରହୁ ନ ଥିବାରୁ ଅଧ୍ୟାପକଙ୍କ ଇସ୍ତଫା ଘଟଣାକୁ ନେଇ ଅନେକ ରହସ୍ୟ ରହିଥିବା କହିଛନ୍ତି । ଜିଲ୍ଲା ସମନ୍ୱିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଭିମନ୍ୟୁ ମାଝୀ ଘଟଣା ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଏହାର ତଦନ୍ତ କରୁଛନ୍ତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା

Get real time updates directly on you device, subscribe now.