fbpx

ସମ୍ଭାଳି ପାରିଲେନି ଋଣ ଚାପ, ନେଇ ଗଲେ ଶେଷ ନିଷ୍ପତ୍ତି: ଉଧାର ଟଙ୍କା ସୁଝି ନପାରି ଜୀବନ ହାରିଲେ ଅଙ୍ଗନବାଡ଼ି କର୍ମୀ

ଛତ୍ରପୁର(ଭାସ୍କର ନ୍ୟୁଜ୍‌): ଛତ୍ରପୁର ଥାନା ଅଧୀନ ପୋଡ଼ାପଦର ଗ୍ରାମର ଅଙ୍ଗନବାଡ଼ି କର୍ମୀ ସୁ୍ୱାସିନୀ ପଣ୍ଡା ଆତ୍ମହତ୍ୟା କରିଛନ୍ତି । ସୁଭାସିନୀ ୫ ଦିନ ହେଲା ନିଖୋଜ ଥିଲେ । ଶୁକ୍ରବାର ପୋଡାପଦର ଗ୍ରାମ ନିକଟରେ ଥିବା ଏକ କାଜୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଖବରପାଇ ଘଟଣାସ୍ଥଳରେ ଛତ୍ରପୁର ଥାନା ପୋଲିସ ପହଂଚି ତଦନ୍ତ କରି ଫେରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ସେ ଧାର କରଜରେ ବୁଡି ଯାଇଥିଲେ ଏପରିକି ମହିଳା ସଙ୍ଘ ନାଁରେ ଫାଇନାନ୍ସ କମ୍ପାନୀରୁ ଋଣ ଉଠାଇ ନିଜ ବ୍ୟକ୍ତିଗତ କାମରେ ଅଙ୍ଗନୱାଡି କର୍ମୀ ଲଗାଇଦେଇଥିଲେ । ଉକ୍ତ ମହିଳା ସଙ୍ଘ ଠାରୁ ଋଣ ଅର୍ଥ ଫାଇନାନ୍ସ କମ୍ପାନୀ ଆଦାୟ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ଅଙ୍ଗନୱାଡି କର୍ମୀ ଉକ୍ତ ଋଣ ଟଙ୍କା ପରିଶୋଧ କରିବାକୁ ଥିବାରୁ ସେ ଚାପ ରେ ଥିଲେ । ଏଥିଲାଗି ସେ ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିପାରିଛି । ଶବକୁ ବ୍ୟବଛେଦ ଲାଗି ମେଡ଼ିକାଲକୁ ପଠାଇବା ସହ ଏକ ମାମଲା ( ନମ୍ବର ୧୫/ ୨୨) ରୁଜୁ କରି ପୋଲିସ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.