fbpx

ପୋଲିସ୍ କର୍ମୀଙ୍କ ମୁହଁ ଉପରକୁ ଫୋପାଡ଼ିଲେ ୟୁରିନ୍, ଥାନାରେ କଲେ ହଙ୍ଗାମା

ୱାଶିଂଟନ୍: ପୋଲିସ୍ କର୍ମୀଙ୍କ ଉପରେ ୟୁରିନ୍ ଦ୍ୱାରା ଓଦା ହୋଇଥିବା ପ୍ୟାଣ୍ଟ ଫୋପାଡ଼ି ଅଡ଼ୁଆରେ ପଡ଼ିଛନ୍ତି ଜଣେ ଆମେରିକୀ ଯୁବତୀ । ଖାଲି ପୋଲିସ୍ କର୍ମୀଙ୍କ ଉପରେ ନୂହେଁ ବରଂ ସିକ୍ୟୁରିଟି ଗାର୍ଡ଼ ଏବଂ ଅନ୍ୟ ୨ ଜଣ ପୋଲିସ୍ କର୍ମୀଙ୍କ ଉପରେ ବି ଏପରି ହରକତ କରିଛନ୍ତି । ଏପରି ଏକ ମାମଲା ଶୁଣିବାକୁ ମିଳିଛି ଆମେରିକାର ୱର୍ସେଷ୍ଟର୍ ରୁ ।

ଦ ସନ୍ ରେ ପ୍ରକାଶ ପାଇଥିବା ଏକ ଖବର ମୁତାବକ, ଅଭିଯୁକ୍ତ ଯୁବତୀଙ୍କ ନାଁ ହେଉଛି ଆଲାନ୍ନା ନାଇଟ୍ । ତାଙ୍କ ବୟସ ୧୯ ବର୍ଷ । ତାଙ୍କ ନାମରେ ଅଭିଯୋଗ ଅଣାଯାଇଥିଲା ଯେ, ସେ ଡ୍ରଗ୍ସର ଓଭରଡୋଜ୍ ନେଇଛନ୍ତି, ଯାହା ପରେ ସେ ନିଜର ହୋସ୍ ହରାଇ ବସିଥିଲେ । ଯୁବତୀ ଜଣକ ପୋଲିସସ୍ ଷ୍ଟେସନ୍ ରେ ଭଙ୍ଗାରୁଜା କରିଥିଲେ ଓ ନିଜର ବାପାଙ୍କ ଘର ଉପରକୁ ପଥର ବି ଫୋପାଡ଼ିଥିଲେ ।

ତେବେ ଯୁବତୀଙ୍କ ବାପା ଯେତେବେଳେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ଝିଅ ଡ୍ରଗ୍ସର ଓଭରଡୋଜ୍ ନେଇଛନ୍ତି । ସେ ତୁରନ୍ତ ହସ୍ପିଟାଲ ନେବାକୁ ଚେଷ୍ଟା କରୁଥିଲେ । ହେଲେ ସେ ନିଜ ଝିଅକୁ ସମ୍ଭାଳି ପାରୁନଥିଲେ । ଯୁବତୀ ଜଣକ ହସ୍ପିଟାଲରୁ ଆସିଥିବା ନର୍ସ ଓ ସିକ୍ୟୁରିଟି ଗାର୍ଡ଼ଙ୍କ ଉପରକୁ ବି ଆକ୍ରମଣ କରିଥିଲେ । ଏହାପରେ ଯୁବତୀଙ୍କ ବାପା, ପୋଲିସ୍ ଙ୍କ ସାହାଯ୍ୟ ମାଗିଥିଲେ । କିନ୍ତୁ ଯୁବତୀ ଜଣକ ପୋଲିସ୍ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ ।

ସେ ପୋଲିସ୍ କର୍ମୀଙ୍କ ମୁହଁ ଉପରେ ୟୁରିନ୍ ଦ୍ୱାରା ଓଦା ହୋଇଥିବା ପ୍ୟାଣ୍ଟ ଫୋପାଡ଼ି ଦେଇଥିଲେ । ଖାଲି ସେତିକି ନୁହେଁ ସେ ପୋଲିସ୍ କର୍ମୀଙ୍କ ହାତକୁ କାମୁଡ଼ି ଦେଇଥିଲେ । ବର୍ତ୍ତମାନ ଯୁବତୀଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ୍ ଏହା ଉପରେ ତଦନ୍ତ କରୁଛି ।

Get real time updates directly on you device, subscribe now.