fbpx

(video)ଫୋନ୍‌ରେ ଝିଅ ବୟଫ୍ରେଣ୍ଡକୁ ଆଇ ଲଭ୍ ୟୁ କହୁକଥା ଶୁଣି ମା’ ମୁଣ୍ଡକୁ ଚଢିଗଲା ପିତ୍ତ, ରାଗିଯାଇ କଲେ ଏପରି କିଛି

ଆଜିକାଲି ହାତରେ ସ୍ମାର୍ଟଫୋନ୍ ଖଣ୍ଡେ ପାଇଥିବା ଯୁବପିଢି ଦିନରାତି ପ୍ରେମୀ ସହ ଫୋନ୍‌ରେ ଗପି ଗପି ଖାଇବା ପିଇବା ସବୁକିଛି ଭୁଲି ଯାଉଛନ୍ତି । ଏହା ସେମାନଙ୍କ କ୍ୟାରିୟର ଓ ଲାଇଫ୍‌କୁ ନଷ୍ଟ କରି ଦେଉ ପଛେ ସେମାନଙ୍କର ସେଥିପ୍ରତି ନିଘା ନାହିଁ । କିନ୍ତୁ ବାପା ମା’ଙ୍କ ଆଖିରେ ପୁଅ ଝିଅଙ୍କର ଏପରି କାର୍ଯ୍ୟ ନଜର ଆସିଲେ ଘରେ ମହାଭାରତ ସୃଷ୍ଟି ହେବା ଥୟ । ଏପରି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଭିଡିଓରେ ଦେଖିବାକୁ ମିଳୁଛି ଜଣେ ମା’ କିପରି ତାଙ୍କ ଝିଅ ମୁଣ୍ଡରୁ ପ୍ରେମର ଭୂତ ଛଡାଉଛନ୍ତି ।

ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ଯୁବତୀ ନିଜ ବୟଫ୍ରେଣ୍ଡ ସହ ଲୁଚି ଲୁଚି କଥା ହେଉଛି । ଏହି ସମୟରେ ତା’ର ମା’ ଲୁଚି ଲୁଚି ସବୁ କଥା ଶୁଣୁଛି ଓ ଅଚାନକ ଝିଅ ପାଖକୁ ଚାଲି ଆସୁଛି । ଝିଅକୁ ପଚାରୁଛି ତୁ କାହାକୁ ଆଇ ଲଭ୍ ୟୁ ବାବୁ କହୁଥିଲୁ । ଝିଅ ଭୟରେ ଏହାର କିଛି ଉତ୍ତର ଦେଉନାହିଁ । ଏହାପରେ ମହିଳା ଜଣକ ଝିଅର ଚୁଟି ଝିଙ୍କି ତାକୁ ପିଟିବାରେ ଲାଗିଛନ୍ତି । ଏହାପରେ ସେ ଝିଅର ଫୋନ୍ ଛଡାଇ ନେଉଛନ୍ତି ଓ ବାପାଙ୍କୁ ଦେଖାଇବେ ବୋଲି କହୁଛନ୍ତି । କିନ୍ତୁ ଝିଅ ମା ହାତରୁ ଫୋନ୍ ଛଡାଉଥିବାର ଦେଖିବାକୁ ମିଳୁଛି । ଏହାପରେ ପୁଣି ମା’ ଝିଅକୁ ପିଟୁଥିବାର ଦେଖାଯାଉଛି ।

ଏହି ଭିଡିଓଟିକୁ ଏକ୍ସରେ ସୌରଭ ମିଶ୍ରା ନାମକ ଜଣେ ୟୁଜର ସେୟାର କରିଛନ୍ତି ଓ କ୍ୟାପସନରେ ଲେଖିଛନ୍ତି , ‘ଯୁବତୀଙ୍କ ସହ ହୋଇଗଲା ମୋୟେ ମୋୟେ’ । ଭିଡିଓଟି ଉପରେ ଏବେ ଜବରଦସ୍ତ କମେଣ୍ଟ ଆସିବାରେ ଲାଗିଛି ।

Get real time updates directly on you device, subscribe now.