fbpx
BSKY
BJD SHG SKY
BJD MC SKY

ଫାର୍ମ ହାଉସର ପୋଖରୀ ଭିତରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ବାପା ଦେଲେ ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଫାର୍ମ ହାଉସର ପୋଖରୀ ଭିତରୁ ମିଳିଛି ଛାତ୍ରୀଙ୍କ ମୃତଦେହ । ଭୁବନେଶ୍ୱରର ଅନ୍ତର୍ଗତ ନନ୍ଦନକାନନ ଥାନା ରଘୁନାଥପୁର ନିକଟସ୍ଥ ଏକ ଫାର୍ମ ହାଉସ ପୋଖରୀରୁ ମୃତଦେହ ଉଦ୍ଧାର ହୋଇଛି । ଛାତ୍ରୀଙ୍କ ଘର ନୟାଗଡ଼ ଜିଲ୍ଲାରେ ହୋଇଥିବା ବେଳେ ସେ ସିଇଟି କଲେଜର ଜଣେ ପ୍ରଫେସରଙ୍କ ଝିଅ ବୋଲି ଜଣାପଡିଛି । ଛାତ୍ରୀଙ୍କ ମୃତ୍ୟୁ କିପରି ହେଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଘଟଣାସ୍ଥଳରେ ସାଇଣ୍ଟିିଫିକ୍ ଟିମ୍ ଓ ପୋଲିସ ପହଞ୍ଚି ଛାନଭିନ୍ ଜାରି ରଖିଛି ।

ଅନ୍ୟପଟେ ଘଟଣାକୁ ନେଇ ଗଣମାଧ୍ୟମ ସାମ୍ନାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମୃତ ଛାତ୍ରୀଙ୍କ ପିତା । ସେ କହିଛନ୍ତି ଯେ, ‘ସିସିଟିଭିରୁ ଜଣାପଡୁଛି ରାତି ୨ଟାରେ ସେ ଫାର୍ମହାଉସକୁ ପଶିଛି । ଏତେ ଅନ୍ଧାର ରାତିରେ , ଉଚ୍ଚ ପାଚେରୀ ଡେଇଁ ପଶିଲା କେମିତି । ସେ ଆତ୍ମହତ୍ୟା କରିଥିବା ବୋଲି ମୁଁ ଭାବିପାରୁନି । ମନକୁ ମନ ସେ ଫାର୍ମ ହାଉସକୁ ଆସିଥିବ ବୋଲି ଭାବିପାରୁନି । କୌଣସି ଲୋକ ହୁଏତ ତାକୁ ପ୍ରଲୋଭିତ କରି ଆଣିଥାଇପାରେ । ଆତ୍ମହତ୍ୟା କରିବାର ଥିଲେ ଘର ନିକଟ ପୋଖରୀକୁ ଯାଇପାରିଥାନ୍ତା । ଜେଇଇ ପରୀକ୍ଷାରେ ମାର୍କ କମ୍ ଥିବାରୁ ତାର ଟିକେ ମନ ଖରାପ ହୋଇଥିଲା । ରେଜଲ୍ଟ ଖରାପ ଯୋଗୁଁ ଘରେ କାନ୍ଦିଥିଲା ଝିଅ । କିନ୍ତୁ ସେ ବହୁତ ମେଧାବୀ ଥିଲା ଓ ଭଲ ଆର୍ଟ କରୁଥିଲା । ପାଠପଢ଼ାକୁ ନେଇ ଘର ତରଫରୁ ତା’ଉପରେ ପ୍ରେସର ନଥିଲା । +୨ ବିଜ୍ଞାନ ପଢ଼ୁଥିଲା ଓ ୮୯ ପ୍ରତିଶତ ମାର୍କ ରଖିଥିଲା । ଅଗଷ୍ଟ ପ୍ରଥମ ସପ୍ତାହରେ ରେଜଲ୍ଟ ବାହାରିଥିଲା । ରେଜଲ୍ଟକୁ ନେଇ ମଧ୍ୟ ଘର ତରଫରୁ କିଛି ଚାପ ନଥିଲା । ’

Get real time updates directly on you device, subscribe now.