fbpx

ବଢ଼ିବ Retirement ବୟସ ଓ Pension ରକମ! ଜାଣନ୍ତୁ ସରକାରଙ୍କ ନୂଆ ଯୋଜନା ବିଷୟରେ

ନୂଆଦିଲ୍ଲୀ: ସମସ୍ତ କର୍ମଚାରୀଙ୍କ ପାଇଁ ଖୁବଶୀଘ୍ର ଏକ ଖୁସି ଖବର ଆସିବାକୁ ଯାଉଛି । ସମସ୍ତ ସରକାରୀ କମର୍ଚାରୀଙ୍କର ଅବସରକାଳୀନ ବୟସ ଓ ପେନସନ ରକମ ବୃଦ୍ଧି ପାଇପାରେ । ଅବସର କାଳୀନ ବୟସ ବୃଦ୍ଧି ସହ ୟୁନିଭରସାଲ ପେନସନ ସିଷ୍ଟମର ମଧ୍ୟ ଶୁଭାରମ୍ଭ ହେବ । ସମସ୍ତ କର୍ମଚାରୀଙ୍କୁ ପ୍ରତ୍ୟେକ ମାସରେ ୨ ହଜାର ଟଙ୍କାର ପେନସନ ରାଶି ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ସମିତି ପକ୍ଷରୁ ଏପରି ପ୍ରସ୍ତାବ ଦିଆଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ, କର୍ମଚାରୀଙ୍କୁ ପ୍ରତ୍ୟେକ ମାସରେ ସର୍ବନିମ୍ନ ୨ ହଜାର ଟଙ୍କାର ପେନସନ୍ ଦିଆଯିବା ଦରକାର । ଦେଶର ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଉତ୍ତମ ବ୍ୟବସ୍ଥା ଗ୍ରହଣ କରିବା ଉଚିତ୍ । ୫୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଦକ୍ଷତା ବିକାଶ ହେବା ଭଳି ପଦକ୍ଷେପ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରହଣ କରିବେ । ଏହା ମାଧ୍ୟମରେ ଅଣସଂଗଠିତ କ୍ଷେତ୍ର, ଦୂରଦୂରାନ୍ତରେ ରହୁଥିବା ଅଧିବାସୀ, ଶରଣାର୍ଥୀ, ପ୍ରବାସୀ ମଧ୍ୟ ସାମିଲ ହୋଇପାରିବେ ବୋଲି କୁହାଯାଇଛି । ୨୦୧୯ ବିଶ୍ୱ ଜନସଂଖ୍ୟା ରିପୋର୍ଟରୁ ଜଣାପଡ଼ିଛି ଯେ, ଆସନ୍ତା ୨୦୫୦ ସୁଦ୍ଧା ଦେଶରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ପ୍ରାୟ ୩୨ କୋଟି ଟପିଯିବ । ଅର୍ଥାତ ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୧୯.୫ ପ୍ରତିଶତ ଲୋକ ଅବସରପ୍ରାପ୍ତ ବର୍ଗରେ ରହିବେ । ୨୦୧୯ରେ ଦେଶରେ ମୋଟ ଜନସଂଖ୍ୟାର ପ୍ରାୟ ୧୦ ପ୍ରତିଶତ ବା ୧୪ କୋଟି ଲୋକ ବରିଷ୍ଠ ନାଗରିକଙ୍କ ବର୍ଗରେ ରହିଥିଲେ । ତେବେ ସମିତି ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଥିଲେ ହେଁ ଏହା କେତେଦୂର କାର୍ଯ୍ୟକାରୀ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ ।

Get real time updates directly on you device, subscribe now.