fbpx

ସ୍କୁଟିରୁ ଯାଇ ନାଳରେ ପଡ଼ିଲେ ‘ପାପା କି ପରୀ’ : ବାହାରକୁ ଆସିବା ମାତ୍ରେ ଡରିଗଲେ ଲୋକ, ସାମ୍ନାକୁ ଆସିଲା Video

ସୋସିଆଲ ମିଡିଆରେ ଅନେକ ଭିଡିଓ ଏପରି ଆସିଥାଏ, ଯେଉଁଥିରେ ଝିଅମାନେ ସ୍କୁଟି ଚଳାଇବା ବେଳେ ପଡ଼ିଯାଆନ୍ତି । ଇଣ୍ଟରନେଟରେ ଲୋକମାନେ ଏପରି ଘଟଣାକୁ ଦେଖିବା ପରେ ‘ପାପା କି ପରୀ’ କହି ମଜାକ୍ ଉଡାନ୍ତି । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ କିଛି ଝିଅ ସ୍କୁଟିରେ ବସି ଗଳିରେ ଡ୍ରାଇଭ୍ କରୁଥିଲେ ଓ କିଛି କାରଣବଶତଃ ସମସ୍ତେ ଯାଇ ନାଳରେ ପଡ଼ିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା କୌଣସି ବ୍ୟକ୍ତି ଏହି ଘଟଣାର ଭିଡିଓ ମୋବାଇଲରେ କଏଦ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଭାଇରାଲ ହେଉଥିବା ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଅନେକ ଥର ଦେଖାସରିଛି । ସୂଚନା ମୁତାବକ, ୩ ଜଣ ଝିଅ ଗୋଟିଏ ସ୍କୁଟି ଉପରେ ପସି ଯାଉଥିଲେ, କିନ୍ତୁ କିଛି କାରଣବଶତଃ ନାଳରେ ଖସି ପଡ଼ିଥିଲେ । ଫଳରେ ସ୍କୁଟିରେ ବସିଥିବା ୩ ଜଣ ଝିଅ ସିଧା ଯାଇ ନାଳରେ ପଡ଼ିଥିଲେ । ନାଳର ରଙ୍ଗ ଏତେ କଳା ଥିଲା ଯେ, ଝିଅମାନେ ମଧ୍ୟ ସେହି ରଙ୍ଗରେ ମିଶିଗଲେ ଓ ତାଙ୍କୁ ଚିହ୍ନିବା କଷ୍ଟକର ହୋଇଗଲା । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଝିଅମାନେ ନାଳରୁ ବାହାରି ଆସିବା ପରେ ଅନେକ ଲୋକ ତାଙ୍କୁ ଦେଖି ଡରିଯାଇଥିଲେ । କ’ଣ ହେଲା ବୋଲି ଲୋକଙ୍କୁ ପ୍ରଥମେ କିଛି ବୁଝାପଡ଼ିନଥିଲା ।

ଇନଷ୍ଟାଗ୍ରାମରେ ଏହି ଭିଡିଓକୁ funtaap ନାମକ ଆକାଉଣ୍ଟରୁ ସେୟାର କରାଯାଇଛି । ‘ପାପା କି ପରୀ’ର ଏହି ଭିଡିଓକୁ ଅନେକ ଲୋକ ଦେଖି ସାରିଥିବା ବେଳେ ଅନେକ ୟୁଜର୍ସ ନିଜ ନିଜର ପ୍ରତିିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି ।

 

View this post on Instagram

 

A post shared by FunTaap Official 😎 (@funtaap)

Get real time updates directly on you device, subscribe now.