fbpx

ପିକନିକ୍ ହେଲା କାଳ; ପାଣିରେ ବୁଡ଼ି ଯାଉଥିବା ଛାତ୍ରକୁ ବଞ୍ଚାଇବାକୁ ଯାଇ ଶିକ୍ଷକ ମୃତ

ନୟାଗଡ଼:ନୂଆବର୍ଷ ପାଇଁ ଲୋକମାନେ ବିଭିନ୍ନ ସ୍ଥାନକୁ ପିକନିକ୍ କରିବାକୁ ଯାଉଛନ୍ତି । ପାହାଡ଼, ଝରଣା କିମ୍ବା ନଦୀ ନିକଟସ୍ଥ ସ୍ଥାନକୁ ପିକନିକ୍ ର ମଜା ନେବାକୁ ଯାଉଛନ୍ତି । କିନ୍ତୁ ଏହି ପିକନିକ୍ ର ମଜା ଉଠାଉଥିବାବେଳେ ବେଳେବେଳେ କିଛି ଅଘଟଣ ଘଟିଯାଏ । ତେବେ ଏଭଳି ଏକ ଅଘଟଣ କଣ୍ଟିଲୋ ନୀଳମାଧବ ମନ୍ଦିର ନିକଟ ମହାନଦୀରେ ଘଟିଯାଇଛି । ସ୍କୁଲ ତରଫରୁ ପିକନିକ୍ ଯାଇଥିବା ବେଳେ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ଛାତ୍ର ପାଣିରେ ବୁଡ଼ି ଯାଉଥିବାବେଳେ ଶିକ୍ଷକ ବଞ୍ଚାଇବାକୁ ଯାଇଥିଲେ କିନ୍ତୁ ଶିକ୍ଷକଙ୍କର ମୃତ୍ୟୁ ହୋଇ ଯାଇଥିବା ଜଣା ପଡ଼ିଛି । ତେବେ ଶିକ୍ଷକ କେବଳ ଶିକ୍ଷାଦାନ କରନ୍ତି ତାହା ନୁହେଁ ସମୟ ପଡ଼ିଲେ ଶିକ୍ଷକ ନିଜ ଜୀବନ ଦେବାକୁ ପଛାନ୍ତି ନାହିଁ ଏହି ଘଟଣାରୁ ପ୍ରମାଣିତ ହୋଇଛି । ଶିକ୍ଷକ ନିଜ ଛାତ୍ରଙ୍କୁ ପାଣିରୁ ଉଦ୍ଧାର କରି ନିଜେ ମୃତ୍ୟୁକୁ ଆଲିଙ୍ଗନ କରିଥିବା ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ କେନ୍ଦ୍ରାପଡ଼ା ମହାକାଳପଡ଼ାରୁ କଣ୍ଟିଲୋ ପିକନିକ୍ ପାଇଁ ଯାଇଥିଲେ । କିନ୍ତୁ କଣ୍ଟିଲୋ ନୀଳମାଧବ ମନ୍ଦିର ନିକଟ ମହାନଦୀରେ ବୁଡ଼ି ଜଣେ ଶିକ୍ଷକଙ୍କର ମୃତ୍ୟୁ ହୋଇଛି । ତେବେ ନୀଳମାଧବ ନିକଟରେ ଥିବା ମହାନଦୀରେ ଜଣେ ଛାତ୍ର ବୁଡ଼ି ଯାଉଥିବାର ଦେଖି ଶିକ୍ଷକ ସରୋଜ ଦାସ ନଦୀକୁ ଡେଇଁଥିଲେ । ଛାତ୍ର ଜଣଙ୍କୁ ବଞ୍ଚାଇଥିଲେ ମଧ୍ୟ ଶିକ୍ଷକ ନିଜ ଜୀବନ ବଞ୍ଚାଇ ପାରିନଥିଲେ । ଶିକ୍ଷକଙ୍କୁ ମେଡିକାଲରେ ଭତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.