fbpx

Indian Railway : ୩ କୋଟି ଲୋକଙ୍କ ଡାଟା ଲିକ୍ ହୋଇଥିବା ଦାବି, ନାଁ ଓ ନମ୍ବର ବିକ୍ରି କରୁଛି ହ୍ୟାକର

ନୂଆଦିଲ୍ଲୀ: ଏମ୍ସ ପରେ ଅନଲାଇନ୍ ଠକମାନେ ଏବେ ରେଲୱେର ୱେସାଇଟ୍ ଉପରେ ଆଟାକ୍ କରିଛନ୍ତି । ଭାରତୀୟ ରେଲୱେର ପ୍ରାୟ ୩ କୋଟି ବ୍ୟବହାରକାରୀଙ୍କ ଡାଟା ଲିକ୍ ହୋଇଛି । ଏବେ ସୁଦ୍ଧା ହ୍ୟାକରଙ୍କୁ ଚିହ୍ନଟ କରାଯାଇ ନାହିଁ, କିନ୍ତୁ ଡିସେମ୍ବର ୨୭ ରେ ଜଣାପଡିଛି ଯେ ଏହି ବ୍ୟବହାରକାରୀଙ୍କ ତଥ୍ୟ ଏକ ହ୍ୟାକର ଫୋରମରେ ବିକ୍ରି ହେଉଛି । ଡାଟା ବିକ୍ରି କରୁଥିବା ଲୋକ ଶ୍ୟାଡୋ ହ୍ୟାକର ନାମରେ ସୂଚନା ଦେଇଛି ।

ମନି କଣ୍ଟ୍ରୋଲ୍ ଖବର ଅନୁଯାୟୀ, ହ୍ୟାକରର ଏହି ଦାବିରେ ୟୁଜର୍ସଙ୍କ ନାମ, ମୋବାଇଲ୍ ନମ୍ବର, ଲିଙ୍ଗ, ଠିକଣା, ସହର, ଭାଷା ସହିତ ଅନେକ ବ୍ୟକ୍ତିଗତ ସୂଚନା ରହିଛି । ଅନଲାଇନରେ ବିକ୍ରି ପାଇଁ ରଖାଯାଇଥିବା ଅନେକ ସରକାରୀ ଇ-ମେଲ୍ ଆଇଡି ମଧ୍ୟ ଏଥିରେୁ ସାମିଲ ଥିବା ହ୍ୟାକର ଦାବି କରିଛି । ସୁରକ୍ଷା ଅନୁସନ୍ଧାନକାରୀମାନେ ତଥ୍ୟର ସତ୍ୟତା କିମ୍ବା ଏହାକୁ ହାସଲ କରିବାର ପଦ୍ଧତି ବିଷୟରେ ସୂଚନା ସଂଗ୍ରହ କରିବାରେ ସକ୍ଷମ ହୋଇ ନାହାଁନ୍ତି । ଭାରତୀୟ ରେଳବାଇରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଆସିନାହିଁ । ଉଲ୍ଲେଖନୀୟ କଥା ହେଉଛି, ଚଳିତ ମାସ ଆରମ୍ଭରେ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲର ୱେବସାଇଟ୍ ହ୍ୟାକ୍ ହୋଇଥିଲା ଏବଂ ହ୍ୟାକରମାନେ କୋଟି କୋଟି ଟଙ୍କା ମାଗିଥିଲେ ।

ଲିକ୍ ହୋଇଥିବା ତଥ୍ୟରେ ଦୁଇ ପ୍ରକାରର ସୂଚନା ସାମିଲ ରହିଛି । ଗୋଟିଏ ହେଉଛି ଉପଭୋକ୍ତାଙ୍କର ଡାଟା ଏବଂ ଅନ୍ୟଟି ହେଉଛି ଟିକେଟ୍ ବୁକିଂର ଡାଟା । ଉପଭୋକ୍ତା ଡାଟାରେ ନାମ, ଇ-ମେଲ୍, ଫୋନ୍ ନମ୍ବର, ରାଜ୍ୟ ଏବଂ ଭାଷା ଅନ୍ତର୍ଭୁକ୍ତ ହୋଇଥିବାବେଳେ ବୁକିଂ ଡାଟାରେ ଯାତ୍ରୀଙ୍କ ନାମ, ମୋବାଇଲ୍ ନମ୍ବର, ଟ୍ରେନ୍ ନମ୍ବର, ଯାତ୍ରା ବିବରଣୀ, ଇନଭଏସ୍ ପିଡିଏଫ୍ ସାମିଲ ହୋଇଛି ।

Get real time updates directly on you device, subscribe now.