fbpx

ଛାଡ଼ିଦିଅନ୍ତୁ ଏହି ଅଭ୍ୟାସ: ନହେଲେ ହୋଇପାରନ୍ତି ମାନସିକ ସ୍ତରରେ ଅସୁସ୍ଥ

କରୋନା ମହାମାରୀ ଯୋଗୁଁ ଲୋକଙ୍କ ମାନସିକ ସ୍ଥିତିରେ ପ୍ରଭାବ ପଡ଼ିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୂଯାୟୀ, ଗତ କିଛି ବର୍ଷରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଅଧିକ ବଢ଼ିଛି । ମାନସିକ ସ୍ୱାସ୍ଥ୍ୟ କାରଣରୁ ଶରୀରରେ ଅନେକ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ । ଯାହା କାରଣରୁ ଦୃଦୟ ରୋଗ ଭଳି ସମସ୍ୟା ହୋଇଥାଏ । କିନ୍ତୁ କ’ଣ ଆପଣ ଭାବିଛନ୍ତି କି’ ଆପଣ ଯାହାବି କରୁଛନ୍ତି, କ’ଣ ତାହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ଠିକ୍ । ଏଭଳି ଅନେକ କାରଣ ରହିଛି ଯାହା କାରଣରୁ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଠିକ୍ ରହେନାହିଁ । ତେବେ ଆସନ୍ତୁ ଜାଣିବା ସେହି କାରଣ ବିଷୟରେ ।

୧ ଅତ୍ୟଧିକ ଫୋନ୍ ବ୍ୟବହାର: ଯେତେବେଳେ ଆପଣ ସକାଳେ ଉଠିବା ପରେ ଆପଣ ଅନେକ ସମୟ ପର୍ଯ୍ୟନ୍ତ ମୋବାଇଲ ବ୍ୟବହାର କରୁଛନ୍ତି । ଆଜିକାଲିର ଟେକ୍ନୋଲୋଜୀ କାରଣରୁ ଆମେ ବହୁତ ସହଜରେ ସୂଚନା ପାଇଥାଉ । ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ସ୍ମାର୍ଟଫୋନର ବହୁତ ଅଧିକ ବ୍ୟବହାର ଆପଣଙ୍କୁ ଡିପ୍ରେସନ, ଷ୍ଟେସରେ ପକାଇପାରେ । ଫୋନ ବ୍ୟବହାର ଅଭ୍ୟାସକୁ ଶେଷ କରିବା ପାଇଁ ଆପଣଙ୍କୁ କିଛି ଅଲଗା କରିବାକୁ ପଡ଼ିବ । ଏହା ପ୍ରଥମେ ପ୍ରଥମେ ମୁସ୍କିଲ ଲାଗିପାରେ କିନ୍ତୁ ଧୀରେ ଧୀରେ ଆପଣଙ୍କ ସମୟ ଏମିତି ବିତିବ । ଆପଣଙ୍କୁ କିଛି ଏଭଳି ହବି ଡେଭେଲପ୍ କରନ୍ତୁ ଯାହାଦ୍ୱାରା ଆପଣଙ୍କୁ ବୋର୍ ନଲାଗିବ ଏବଂ ଆପଣ କିଛି ସମୟ ମୋବାଇଲ ସ୍କ୍ରିନରୁ ଦୂରରେ ରହି ବିତାଇପାରିବେ ।

୨ ନିଦ କମ୍ ଲାଗିବା: କ’ଣ ଆପଣ ପ୍ରତିଦିନ ଠିକ୍ ରେ ଶୋଉଛନ୍ତି? ଯଦି ଶୋଉନାହାଁନ୍ତି ତେବେ ଆପଣଙ୍କୁ ଦିନରେ ଅନେକ ସମୟରେ ନିଦ ଲାଗିଥାଏ । ଯାହାକି ଠିକ୍ ନୁହେଁ । ଯେଉଁମାନେ ରାତିରେ ୮ ଘଣ୍ଟା ପର୍ଯ୍ୟନ୍ତ ଶୋଉଛନ୍ତି । ତାଙ୍କର ମାନସିକ ସ୍ୱାସ୍ଥ୍ୟ ଠିକ୍ ରହେ ନାହିଁ । ନିଦ କମ୍ ହେବା କେବଳ ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ । ବରଂ ଥକ୍କାପଣ, ଚିଡ଼ଚିଡ଼ାପଣ ଏବଂ ଧ୍ୟାନ ନଲାଗିବାଭଳି ଅସୁବିଧା ଆଣିଥାଏ । ଅବଶ୍ୟ, ଲୋକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ କିମ୍ବା ବାକି ଗ୍ୟାଜେଟ୍ ରେ ବ୍ୟସ୍ତ ରହୁଛନ୍ତି ତେବେ ଫଳରେ ୮ ଘଣ୍ଟା ପୂରା ଶୋଇପାରିନଥାନ୍ତି । କିନ୍ତୁ ଶରୀରକୁ ଠିକ୍ କରିବା ପାଇଁ ଏକ ଭଲ  ରୁଟିନ୍ ସହ ପର୍ଯ୍ୟାପ୍ତ ଏବଂ ଭଲ ନିଦ ମଧ୍ୟ ଆବଶ୍ୟକତା ।

୩ ନିଜ ତୁଳନା ଅନ୍ୟ ସହ କରିବା: କ’ଣ ଆପଣ ସୋସିଆଲ ମିଡିଆ ଦେଖି ନିଜର ତୁଳନା ସେହି ଲୋକଙ୍କ ସହ କରୁଛନ୍ତି? ଆଜି କାଲି ଅନେକ ନିଜ କାହାଣୀ ଇନଷ୍ଟାଗ୍ରାମ, ଟ୍ୱିଟର ଭଳି ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ତାଙ୍କୁ ଦେଖି କିଛି ଲୋକ ନିଜ ତୁଳନା ସେମାନଙ୍କ ସହ କରିଥାନ୍ତି । ଏଥିପାଇଁ ଜରୁରୀ ଯେ ଆପଣ ନିଜକୁ ସୁଧାରନ୍ତୁ । ନିଜ ଉପରେ ଧ୍ୟାନ ଦିଅନ୍ତୁ । ଯାହା ବହୁତ ଜରୁରୀ ।

୪. ଯଦି ଆପଣ ନିଜ ମାନସିକ ସ୍ୱାସ୍ଥ୍ୟରେ ସୁଧାର କରିବାକୁ ଚାହୁଛନ୍ତି । ତେବେ ଆପଣଙ୍କୁ ଆପଣଙ୍କ ବିଚାର ଉପରେ କାବୁ କରିବାକୁ ପଡ଼ିବ । ତାହାକୁ ନିୟନ୍ତ୍ରିତ କରିବା ଶିଖିବାକୁ ହେବ । ଜୀବନରେ ନକାରାତ୍ମକ ଦୃଷ୍ଟିକୋଣ କାରଣରୁ ନକାରାତ୍ମକ ବିଚାର ମନରେ ଆସିଥାଏ । ନକାରାତ୍ମକତା ଜୀବନକୁ ବଦଳାଇପାରେ ଏବଂ ଜୀବନରୁ ସବୁ ଖୁସି ଶେଷ କରିପାରେ । ନକାରାତ୍ମକତା କାରଣରୁ ଜୀବନରେ ଅନେକ ଥଣ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥାଏ, ଯେତେବେଳେ  ଆପଣ ସଂପୂର୍ଣ୍ଣ ଏକାକୀ ହୋଇଯାଆନ୍ତି । ଯାହା ଫଳରେ ଆପଣ ଚିନ୍ତା ଏବଂ ଡରରେ ରହିଥାନ୍ତି । ଏଥିପାଇଁ ଜୀବନରୁ ଷ୍ଟ୍ରେସ୍, ଚିନ୍ତା ଏବଂ ଡରକୁ ଶେଷ କରିବା ଜରୁରୀ । କାରଣ ଭବିଷ୍ୟତାରେ ସମସ୍ୟା ବହୁତ ବଢ଼ାଇପାରେ ।

Get real time updates directly on you device, subscribe now.