fbpx
BSKY SKY
BSKY SKY

(Video) ‘ଗ୍ଲେନ୍ ମାକ୍ସୱେଲ ଜଣେ ମାନବ ନୁହନ୍ତି’: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କ ବିଧ୍ୱଂସୀ ଦ୍ୱିଶତକ ପରେ ଇଣ୍ଟରନେଟ୍ ବି ପାଗଳ ହୋଇଗଲା

BSKY

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ଅପରାଜିତ ୨୦୧ ରନର ଐତିହାସିକ ଇନିଂସ ଖେଳିବା ପରେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗ୍ଲେନ ମାକ୍ସୱେଲଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ମାକ୍ସୱେଲଙ୍କୁ ଏହି ବିଶ୍ୱରେକର୍ଡ ବର୍ଷ ବର୍ଷ ପର୍ଯ୍ୟନ୍ତ କ୍ରୀଡ଼ାପ୍ରେମୀଙ୍କ ମନରେ ଲିପିବଦ୍ଧ ହୋଇ ରହିବ । ବିଶେଷ କରି ମାକ୍ସୱେଲଙ୍କ ବିଧ୍ୱଂସୀ ଦ୍ୱିଶତକକୁ ନେଇ ଏବେ ଇଣ୍ଟରନେଟ ବି ପାଗଳ ହୋଇ ଯାଇଛି ।

ଏକଦା ୯୧ ରନରେ ୭ଟି ୱିକେଟ ହରାଇ ବଡ଼ ସଙ୍କଟରେ ପଡ଼ିଥିବା ଅଷ୍ଟ୍ରେଲିଆକୁ ନିଶ୍ଚିତ ପରାଜୟ ମୁହଁରୁ ଟାଣି ଆଣି ଦଳକୁ ବଡ଼ ବିଜୟ ଦେଇଥିଲେ ମାକ୍ସୱେଲ । ଆଫଗାନିସ୍ତାନର କୌଣସି ବୋଲର ତାଙ୍କୁ ରୋକିବାରେ ସକ୍ଷମ ହୋଇ ପାରିନଥିଲେ । ପଡ଼ିଆ ଭିତରେ କେବଳ ଜଣେ ବ୍ୟକ୍ତି ପ୍ରହାର କରୁଥିବା ବେଳେ ସମସ୍ତ ବୋଲରମାନେ ହତାଶ ହୋଇ ପଡ଼ିଥିଲେ । ଏହି ସମୟରେ ଦର୍ଶକଙ୍କ କୋଳାହଳରେ ସାରା ଷ୍ଟାଡିୟମ କମ୍ପି ଉଠିଥିଲା ।

ମାତ୍ର ୧୨୮ ବଲରୁ ମାକ୍ସୱେଲ ଅପରାଜିତ ୨୦୧ ରନ୍ ସଂଗ୍ରହ କରିଥିବା ବେଳେ ସେଥିରେ ୧୦ଟି ଛକା ଓ ୨୧ଟି ଚୌକା ସାମିଲ ଥିଲା । ଏଥିସହିତ ତାଙ୍କର ଷ୍ଟ୍ରାଇକ୍ ରେଟ ୧୫୭.୦୩ ରହିଥିଲା । ପ୍ରଥମେ ବ୍ୟାଟିଂ କରି ୨୯୨ ରନର ଏକ ବଡ଼ ଟାର୍ଗେଟ ଦେଇଥିବା ଆଫଗାନିସ୍ତାନ ଏହି ମ୍ୟାଚରେ ସହଜରେ ବିଜୟ ହାସଲ କରିନେବ ବୋଲି ସମସ୍ତେ ଅନୁମାନ କରୁଥିଲେ । ମାତ୍ର କେବଳ ଜଣେ ଖେଳାଳି ମ୍ୟାଚକୁ ସମ୍ପୂର୍ଣ୍ଣ ଭାବେ ଓଲଟାଇ ଦେବାରେ ସକ୍ଷମ ହୋଇଥିଲେ । ମାକ୍ସୱେଲକୁ ସମ୍ପୂର୍ଣ୍ଣ ସହାୟତା କରିଥିଲେ ଅଧିନାୟକ ପ୍ୟାଟ କମିନ୍ସ ଯେ କି ୬୮ଟି ବଲରୁ ୧୨ ରନ କରି ସାଥୀ ଖେଳାଳିଙ୍କୁ ଷ୍ଟ୍ରାଇକ୍ ଦେଇଥିଲେ । ମ୍ୟାକ୍ସୱେଲଙ୍କ ଏହି ଇନିଂସ ଦେଖିବା ପରେ କ୍ରୀଡ଼ାପ୍ରେମୀମାନେ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାରର ଭିଡିଓ ତଥା ମଜାଳିଆ ପୋଷ୍ଟ ଶେୟାର କରିଥିଲେ । ମାକ୍ସୱେଲଙ୍କ ମାଡ଼ରେ ପ୍ରତିପକ୍ଷର ବୋଲରମାନେ କାନ୍ଦୁଥିବା ନେଇ କିଛି ପୋଷ୍ଟ ମଧ୍ୟ ଶେୟାର ହୋଇଥିଲା ।

 

View this post on Instagram

 

A post shared by ICC (@icc)

Get real time updates directly on you device, subscribe now.