fbpx

ଦୀପାବଳୀ ପୂର୍ବରୁ କରନ୍ତୁ ଏହି ଉପାୟ: ମା’ ଲକ୍ଷ୍ମୀଙ୍କର ହେବ ଅଶେଷ କୃପା

Advertisement

ଆମ ରୋଷେଇ ଘରେ ଥିବା ଅନେକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପୂଜାପାଠରେ ବ୍ୟବହାର ହୋଇଥାଏ । ଏହି ସବୁ ସାମଗ୍ରୀ ଜୀବନରୁ ନକାରାତ୍ମକ ଶକ୍ତିକୁ ଦୂରେଇବାରେ ସାହାଯ୍ୟ କରିଥାଏ । ଏପରିକି ପୂଜାରେ ଏହାର ପ୍ରୟୋଗ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ବଢ଼ିଥାଏ ଏବଂ ଧନର ଆଗମନ ମଧ୍ୟ ହୋଇଥାଏ । ତେବେ ଏ ନେଇ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏପରି କିଛି ଉପାୟ ଅଛି ଯାହା ଜଣେ ବ୍ୟକ୍ତିର ଜୀବନରେ ପରିବର୍ତ୍ତନ ଆଣିବା ସହ ନକାରାତ୍ମକତାକୁ ମଧ୍ୟ ଦୂର କରିଥାଏ ।

ଦୀପାବଳୀ ହେଉଛି ଧନଧାନ୍ୟର ଦେବୀ ଲକ୍ଷ୍ମୀଙ୍କ ପର୍ବ । ତେବେ ଏହି ଦୀପାବଳୀରେ ଯଦି ଆପଣ କୌଣସି ଅର୍ଥ ଜନିତ ସମସ୍ୟର ଭୋଗୁଛନ୍ତି ତେବେ ସମାଧାନ ରହିଛି ଆପଣଙ୍କର ରୋଷେଇଘରେ । ଏହି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବ୍ୟବହାର କରି ଆପଣ ସମାଧାନ ପାଇ ପାରିବେ ଆର୍ଥିକ ସମସ୍ୟାରୁ ।

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ଘରେ ମା’ ଲକ୍ଷ୍ମୀଙ୍କ ବାସ ଚାହାନ୍ତି ତେବେ ପ୍ରତିଦିନ ଘରେ ଆରତୀ କରିବା ସମୟରେ ପୁଇଟି ଏବଂ ବ୍ୟବହାର କରନ୍ତୁ । ଏହାଦ୍ୱାରା ଘର ବାତାବରଣ ଭଲ ରହିବା ସହିତ ମା’ଙ୍କର କୃପା ମିଳିଥାଏ ।

– ଘରେ କେହି ରୋଗରେ ପଡ଼ିଥିଲେ କିମ୍ବା କଳହ ପରିସ୍ଥିତି ଉପୁଜି ଥିଲେ ତାହାକୁ ନକାରାତ୍ମକ ବୋଲି ବିଶ୍ୱାସ କରାଯାଏ । ତେବେ ଏପରି ସ୍ତିତିର ସମାଧାନ ପାଇଁ ୭ ରୁ ୮ଟି ଲବଙ୍ଗକୁ ଏକ ପାତ୍ରରେ ଗରମ କରି ପୋଡ଼ି ଦିଅନ୍ତୁ ଏବଂ ଏହାକୁ ଘରର ଏକ କୋଣରେ ରଖିଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ଘରେ ଥିବା ସମସ୍ତ ନକାରାତ୍ମକତା ଦୂର ହୋଇଯିବ ।

– ଯଦି ଅନେକ ଚେଷ୍ଟା ପରେ ମଧ୍ୟ ଆପଣଙ୍କୁ ସଫଳତା ମିଳୁନାହିଁ ତେବେ ଏହି ଦୀପାବଳୀ ପୂର୍ବରୁ ଏକ ପାନପତ୍ରରେ ଲବଙ୍ଗ, ଗୁଜୁରାତି ଏବଂ ଗୁଆ ରଖି ଗଣେଶ ଭଗବାନଙ୍କୁ ଅର୍ପଣ କରନ୍ତୁ । ଏହା ଦ୍ୱାରା ଆପଣଙ୍କର ସବୁ ବିଘ୍ନ ଦୂର ହୋଇ ଆପଣଙ୍କ କାମରେ ଆପଣଙ୍କୁ ସଫଳତା ମିଳିବ ।

Get real time updates directly on you device, subscribe now.