fbpx

ପଞ୍ଜାବରେ ଭୂକମ୍ପ, ହିମାଚଳ ପର୍ଯ୍ୟନ୍ତ ଅନୁଭୂତ ହେଲା ଜୋରଦାର ଝଟକା: ଘରୁ ବାହାରି ଦୌଡିବାକୁ ଲାଗିଥିଲେ ଲୋକେ

Advertisement

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶର ବିଭିନ୍ନ ରାଜ୍ୟରେ ଲଗାତାର ଭାବରେ ଭୂକମ୍ପ ଘଟଣା ସାମ୍ନାକୁ ଆସୁଛି । ଏଡାରି ମଧ୍ୟରେ ପଞ୍ଜାବର ରୁପନଗରରେ ବୁଧବାର-ଗୁରୁବାର ମଧ୍ୟରାତ୍ରିରେ ଭୂକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୩.୨ ଥିଲା । ଜାତୀୟ ଭୂକମ୍ପ ମନିଟରିଂ ସେଣ୍ଟର ଅନୁଯାୟୀ, ଏପର୍ଯ୍ୟନ୍ତ ଧନ-ଜୀବନ ନଷ୍ଟ ହେବାର କୌଣସି ଖବର ନାହିଁ । ଭୂକମ୍ପର ଝଟକା ରାତି ୧:୧୩ ରେ ଅନୁଭୂତ ହୋଇଥିଲା । ଭୂକମ୍ପର ଗଭୀରତା ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା । ଏହା କୁହାଯାଉଛି ଯେ, ପଞ୍ଚାବ ନିକଟସ୍ଥ ହିମାଚଳ ପ୍ରଦେଶର କେତେକ ସ୍ଥାନରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା ।

ମଙ୍ଗଳବାର ସନ୍ଧ୍ୟା ୬.୫୨ ସମୟରେ ଜାମ୍ମୁ କାଶ୍ମୀରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୩.୫ ଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟା ୬.୫୨ ସମୟରେ ଏହି ଭୂକମ୍ପ ଘଟିଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଅଯୋଧ୍ୟାଠାରୁ ୨୧୫ କିଲୋମିଟର ଉତ୍ତରରେ ୧୦ କିଲୋମିଟର ଗଭୀରରେ ଥିଲା ।

ତେବେ ଗତ ସୋମବାର ଉତ୍ତରପ୍ରଦେଶର ପିଥୋରାଗଡ ଜିଲ୍ଲାର ଅନେକ ଅଞ୍ଚଳରେ ୫.୬ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଏଠାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟାଳୟ କହିଛି ଯେ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଥିଲା । ନିକଟରେ ୬.୪ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଯୋଗୁଁ ନେପାଳରେ ଅତି କମରେ ୧୫୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬୦ ରୁ ଅଧିକ ଲୋକ ଆହତ ହୋଇଥିଲେ ।

Get real time updates directly on you device, subscribe now.