fbpx

ହଜାର ହଜାର ୟୁଜର୍ସଙ୍କ ଆକାଉଣ୍ଟ ଡିଲିଟ୍ କରିବାକୁ ଯାଉଛି ଗୁଗୁଲ: ଏହି ଭୁଲ୍ କଲେ ଲିଷ୍ଟରେ ଆସିପାରନ୍ତି ଆପଣ

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଜଣେ ଜିମେଲ୍ ବ୍ୟବହାରକାରୀ, ତେବେ ଆପଣଙ୍କ ପାଇଁ ରହିଛି ଏକ ବଡ଼ ଖବର । ଆପଣଙ୍କର ଗୋଟିଏ ଭୁଲ୍ ଦ୍ୱାରା ଆପଣଙ୍କ ବହୁ ପୁରୁଣା ଜିମେଲ ଆକାଉଣ୍ଟ ଡିଲିଟ୍ ହୋଇପାରେ । ଗୁୁଗଲ କହିଛି ଯେ, ସେ ହଜାର ହଜାର ଜିମେଲ୍ ଆକାଉଣ୍ଟ ଡିଲିଟ୍ କରିବ ଏବଂ ଏହା ଆସନ୍ତା ମାସ ଅର୍ଥାତ୍ ଡିସେମ୍ବର ୨୦୨୩ ରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଗୁଗୁଲ୍ ଏକ ଜରୁରୀ ଡେଡଲାଇନ୍ ଦେଇଛି ।

ଗୁଗୁଲ୍ କହିଛି ଯେ, ଦୁଇ ବର୍ଷ ଧରି ସକ୍ରିୟ ନଥିବା ସମସ୍ତ ଜିମେଲ ଆକାଉଣ୍ଟ ଡିଲିଟ୍ କରାଯିବ । ଯେଉଁମାନେ ନିୟମିତ ଜିମେଲ, ଟେକ୍ସ,କ୍ୟାଲେଣ୍ଡର ଏବଂ ଫଟୋ ଆପ୍ ବ୍ୟବହାର କରନ୍ତି ସେମାନଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଗୁଗୁଲ ଏଥିପାଇଁ ଏକ ନଆ ନୀତି ପ୍ରସ୍ତୁତ କରିଛି । ଗୁଗୁଲ ଅନୁଯାୟୀ, ଯେଉଁ ଆକାଉଣ୍ଟଗୁଡିକ ବ୍ୟବହାର କରାଯାଉନାହିଁ, ତାହା ଉପରେ ସାଇବର ଆଟାକର ସମ୍ଭାବନା ଅଧିକ ରହିଛି ।

ବର୍ତ୍ତିବାର ଉପାୟ କ’ଣ?
ଯଦି ଆପଣ ଚାହାଁନ୍ତି ଯେ ଆପଣଙ୍କର ଗୁଗୁଲ୍ ଆକାଉଣ୍ଟ୍ ଡିଲିଟ୍ ନହୁଏ, ତେବେ ତୁରନ୍ତ ଆପଣଙ୍କ ଆକାଉଣ୍ଟକୁ ଲଗ୍ଇନ୍ କରନ୍ତୁ । ଯଦି ଆପଣ ଆପଣଙ୍କର ପାସୱାର୍ଡ ଭୁଲି ଯାଇଛନ୍ତି, ଏହାକୁ ପୁନଃ ସେଟ୍ କରନ୍ତୁ । ଏହା ବ୍ୟତୀତ ସୁରକ୍ଷା ଯାଞ୍ଚ କରନ୍ତୁ ଏବଂ ଟୁ ଫ୍ୟାକ୍ଟର୍ ପ୍ରାମାଣିକିକରଣ ଇତ୍ୟାଦିକୁ ଅନ୍ କରନ୍ତୁ । ତେବେ ଗୁଗୁଲର ଏହି ନିଷ୍ପତ୍ତି କେବଳ ବ୍ୟକ୍ତିଗତ ଗୁଗୁଲ୍ ଆକାଉଣ୍ଟକୁ ପ୍ରଭାବିତ କରିବ, ଏଥିରେ ବିଦ୍ୟାଳୟ, ସଂଗଠନ ଏବଂ ବିଜନେସ୍ ଆକାଉଣ୍ଟ ପ୍ରଭାବିତ ହେବ ନାହିଁ । ଆକାଉଣ୍ଟ ଡିଲିଟ୍ କରିବା ପୂର୍ବରୁ ଗୁଗୁଲ ଏହିପରି ଉପଭୋକ୍ତାଙ୍କୁ ଅନେକ ବିଜ୍ଞପ୍ତି ପଠାଉଛି ଏବଂ ରିକଭରି ପାଇଁ କହୁଛି ।

Get real time updates directly on you device, subscribe now.