fbpx

ଓଡ଼ିଶାରେ ଗୋ ଗ୍ୟାସର ଡିଲରସିପ୍ ସୁଯୋଗ, ଆଗ୍ରହ ପ୍ରକାଶ କରୁଛନ୍ତି ଉଦ୍ୟୋଗୀ

Advertisement

ଭୁବନେଶ୍ୱର: ପ୍ରାକୃତିକ ଗ୍ୟାସ ଅପେକ୍ଷା ଗୋ ଗ୍ୟାସର ଚାହିଦା ବର୍ତ୍ତମାନ ବଢିବାରେ ଲାଗିଛି । ସେଥିପାଇଁ ରାଜ୍ୟରେ କନଫିଡେନ୍ସ ପେଟ୍ରୋଲିୟମ ଇଣ୍ଡିଆ ଲିମିଟେଡର ବ୍ରାଣ୍ଡ ଗୋ ଗ୍ୟାସର ଏଲପିଜି ଡିଲରସିପ ଖୋଲିବା ପାଇଁ ଉଦ୍ୟୋଗୀଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳୁଛି । ଏହି ଗୋ ଗ୍ୟାସ ଦୀର୍ଘଦିନ ପାଇଁ ଲାଭଦାୟକ ବ୍ୟବସାୟ ସୁଯୋଗ ହେଇଥିବାରୁ ଉକ୍ତ ଘରୋଇ ଏଲପିଜି କମ୍ପାନୀ ନେଟୱର୍କରେ ସାମିଲ ହେବା ପାଇଁ ଉଦ୍ୟୋଗୀମାନେ ଆଗ୍ରହ ପ୍ରକାଶ କରିଛନ୍ତି ।

ଜିଲ୍ଲା ଏବଂ ବ୍ଲକ ସ୍ତରରେ କମ୍ପାନୀ ଡିଲର ମାନଙ୍କୁ ନିଯୁକ୍ତ କରିବ । ଡିଲର ଏବଂ ଡିଷ୍ଟ୍ରିବ୍ୟୁଟର ନିଯୁକ୍ତି ପାଇଁ ଗୋ ଗ୍ୟାସ ସିକ୍ୟୁରିଟି ବାବଦରେ କୌଣସି ଅର୍ଥ ନେଇ ନଥାଏ । ନିବେଶ ଅନୁଯାୟୀ ସେମାନଙ୍କୁ ଷ୍ଟକ ଯୋଗାଇ ଦେଇଥାଏ । ୧୫ କେଜି, ୧୭ କେଜି ଏବଂ ୨୨ କେଜି ବର୍ଗରେ ଉକ୍ତ ଗ୍ୟାସ ମିଳୁଛି । ଏଥିସହିତ ବଲକ ଏବଂ ଶିଳ୍ପକ୍ଷେତ୍ରର ଆବଶ୍ୟକତା ପାଇଁ କମ୍ପାନୀ ଗ୍ୟାସ ଯୋଗାଇ ଦେଉଛି ।

ଗୋ ଗ୍ୟାସର ୧୫ଟି ଏଲପିଜି ସିଲିଣ୍ଡର ମ୍ୟାନୁଫାକଚରରିଂ ପ୍ଲାଣ୍ଟ ଏବଂ ୫୮ଟି ଏଲପିଜି ବଟଲିଂ ପ୍ଲାଣ୍ଟ ରହିଛି । ଏହା ବ୍ୟତୀତ ଦେଶର ୨୨ଟି ରାଜ୍ୟରେ ୨ ହଜାରରୁ ଅଧିକ ଡିଲର ଏବଂ ୨୦୯ଟି ଅଟୋ ଏଲପିଜି ଷ୍ଟେସନ ରହିଛି । କନଫିଡେନ୍ସ ଗ୍ରୁପ ସିଏନଜି ବ୍ୟବସାୟରେ ମଧ୍ୟ ପ୍ରବେଶ କରିଛି ।

Get real time updates directly on you device, subscribe now.