fbpx

କୋହିନୂର ହୀରା ଭାରତ ଫେରିବ? ସାମ୍ନାକୁ ଆସିଲା ବଡ଼ ଅପଡେଟ୍

Advertisement

ନୂଆଦିଲ୍ଲୀ: ଭାରତର ବହୁ ମୂଲ୍ୟବାନ କୋହିନୂର ହୀରାକୁ ଇଂରେଜମାନେ ବହୁ ବର୍ଷ ପୂର୍ବରୁ ବ୍ରିଟେନକୁ ନେଇଯାଇଥିଲେ । ଏହା ମଧ୍ୟରେ ଅନେକ ବର୍ଷ ବିତିଯାଇଥିବା ବେଳେ କୋହୀନୂର ଭାରତକୁ ଫେରିବା ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରେ କୋହୀନୂର ଭାରତ ଫେରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ସେହିପରି ଋଷି ସୁନକ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମଧ୍ୟ ସେ ଆଶା ଜାଗ୍ରତ ହୋଇଥିଲା ।

ସୂଚନା ମୁତାବକ, କାମ୍ବୋଡ଼ିଆରୁ ଅତୀତରେ ଚୋରି ହୋଇଥିବା ମୂଲ୍ୟବାନ ଅଳଙ୍କାରକୁ ଏହା ମଧ୍ୟରେ ବ୍ରିଟେନ ଫେରାଇ ଦେଇଛି । ଏହି ଅଳଙ୍କାର ଗତ ବର୍ଷ ଲଣ୍ଡନରେ ରହିଥିବା ଦେଖିବାକୁ ମିଳିଥିଲା । କାମ୍ବୋଡ଼ିଆରୁ ଚୋରି ହୋଇଯାଇଥିବା ଅଙ୍ଗକୋରିୟନ କ୍ରାଉନ ଅଳଙ୍କାରର ୧୨ଟି ଅଂଶକୁ ବ୍ରିଟେନ ପକ୍ଷରୁ ଫେରସ୍ତ କରାଯାଇଥିବା କାମ୍ବୋଡ଼ିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ବ୍ରିଟେନର ଜଣେ ବ୍ୟବସାୟୀଙ୍କ ଘରେ ଏହି ଅଳଙ୍କାର ରହିଥିଲା । ଅଳଙ୍କାର ଫେରାଇ ଆଣିବା ନେଇ ଏନେଇ କାମ୍ବୋଡ଼ିଆ ସରକାର ଉକ୍ତ ବ୍ୟବସାୟୀଙ୍କ ସହ ବୁଝାମଣା କରିଥିଲେ ।

ତେବେ ଏହି ଘଟଣା ପରେ ବ୍ରିଟେନରୁ କୋହିନୂର ହୀରା ଭାରତ ଫେରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । କିଛିବର୍ଷ ପୂର୍ବେ କେନ୍ଦ୍ର ସରକାରଙ୍କ ତରଫରୁ ସଂସଦରେ ଏହି ପ୍ରସଙ୍ଗ ଉଠିଥିଲା । ତେବେ କୋହିନୂରକୁ ଭାରତ ଫେରାଇ ଆଣିବା ନେଇ ପ୍ରୟାସ ଜାରି ରହିବ ବୋଲି ଗତବର୍ଷ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିବା ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା । ୧୦୮ କ୍ୟାରେଟ ବିଶିଷ୍ଟ ଉକ୍ତ ହୀରାକୁ ୧୮୪୯ରେ ମହାରାଜ ଦଲୀପ ସିଂହ ମହାରାଣୀ ଭିକ୍ଟୋରିଆଙ୍କୁ ଦେଇଥିଲେ । ୧୯୩୭ରେ ମହାରାଣୀ ଏହାକୁ ନିଜ ମୁକୁଟରେ ଧାରଣ କରିଥିଲେ ।

Get real time updates directly on you device, subscribe now.