fbpx

ଛେଳି ଗର୍ଭରୁ ଜନ୍ମହେଲା ମଣିଷ ପରି ଦିଶୁଥିବା ଏକ ବିରଳ ପ୍ରାଣୀ, ଘଟଣାଟି ଘଟିଛି ଏହି ରାଜ୍ୟରେ

ନୂଆଦିଲ୍ଲୀ: ଅନେକ ସମୟରେ ଆମର ଚାରିପାଖରେ ଏପରି କିଛି ଘଟଣା ଘଟିଯାଇଥାଏ, ଯାହାକୁ ଦେଖିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆସାମର କଛାର ଜିଲ୍ଲାର । ଜିଲ୍ଲାର ଧୌଲାଇ ଅଞ୍ଚଳରେ ଏକ ପାଳିତ ଛେଳି ଗର୍ଭରୁ ମଣିଷ ପରି ଦିଶୁଥିବା ଏକ ଜନ୍ତୁ ଜନ୍ମ ନେଇଛି । ଏହି ପ୍ରାଣୀର ଲାଞ୍ଜ ନଥିବାରୁ ତାହା ଏକ ମଣିଷ ଛୁଆ ପରି ଦିଶୁଥିଲା । ଏହି ଖବର ଜଣାପଡ଼ିବା ତାହା ସମଗ୍ର ଜିଲ୍ଲାକୁ ବ୍ୟାପି ଯାଇଥିଲା । ତେବେ ସବୁଠାରୁ ଦୁଃଖର କଥା ହେଉଛି, ମାଆ ଗର୍ଭରୁ ଜନ୍ମ ନେବାର ଅଧା ଘଣ୍ଟା ମଧ୍ୟରେ ଛୁଆଟି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲା ।

ତେବେ ଛେଳିଟି ମଣିଷ ଆକୃତିର ଛୁଆକୁ ଜନ୍ମ ଦେବା ପରେ ଧୌଲାଇର ଗଙ୍ଗନଗର ଗାଁକୁ ଦେଖଣାହାରୀଙ୍କ ସୁଅ ଛୁଟିଥିଲା । ଏନେଇ ପଶୁପାଳକ କହିଥିଲେ ଯେ, ଗତକାଲି ତାଙ୍କ ଛେଳିଟି ଏପରି ଜନ୍ତୁକୁ ଜନ୍ମ ଦେବା ପରେ ସେ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ । ତେଣୁ ସେ ଉକ୍ତ ପ୍ରାଣୀଟିର ନିକଟକୁ ଯାଇ ନିରେଖି ଦେଖିଥିଲେ । ଉକ୍ତ ପ୍ରାଣୀଟିର ଲାଞ୍ଜ ନଥିବାରୁ ସେ ଅବିକଳ ମଣିଷ ଛୁଆ ପରି ଲାଗୁଥିବା ସେ କହିଥିଲେ । ଏନେଇ ବିଭିନ୍ନ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଛୁଆଟି ଠିକଭାବେ ବିକଶିତ ହୋଇପାରିନଥିବା ଫଟୋରେ ଦୃଶ୍ୟମାନ ହେଉଛି । ତେବେ ଛେଳିର ଗର୍ଭରୁ କେହି ପୂର୍ବଜ ଜନ୍ମଲାଭ କରିଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ସ୍ଥାନୀୟ ଲୋକେ ପରେ ଉକ୍ତ ଛୁଆଟିକୁ ଯଥାରୀତିରେ ଅନ୍ତିମ ସଂସ୍କାର କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.