fbpx

ମୁହଁରେ ଟେପ୍ ବାନ୍ଧି ଚୋରି କରୁଥିଲେ ଛେଳି: ପୋଲିସ କବଜାରେ ଦୁଇ ଅପରାଧୀ; ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କାକଟପୁର ଓ କୋଣାର୍କ ପୋଲିସ ପଞ୍ଝାରେ ଅନ୍ତଃଜିଲ୍ଲା ଛେଳି ଚୋର । କିଛିଦିନ ଧରି ଅସ୍ତରଙ୍ଗ, କାକଟପୁର, ଗୋପ କୋଣାର୍କ, ନିଆଳି ଅଂଚଳରେ ବେଧଡ଼କ ଛେଳି ଚୋରି ଚାଲିଛି । କିଛି ଦିନ ତଳେ ଚାରିଛକରୁ ଜଣେ ଛେଳି ଚୋର କୁ କମିଶନରେଟ ପୋଲିସ ଉଠାଇନେଇଥିଲେ । ଶନିବାର ରାତିରେ କୋଣାର୍କ ଓ କାକଟପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୪ଟି ଛେଳି ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ପଠାଇଛି କାକଟପୁର ପୋଲିସ ।

ଚୋର ମାନେ ଛେଳି ମୁହଁରେ ସେଲୋ ଟେପ ବାନ୍ଧି ଉଠାଉ ନେଉଥିଲେ । କାକଟପୁର ଓ କୋଣାର୍କ ଥାନାର ୬ ଜଣ ଅଫିସର ସହ ଦୁଇ ସେକ୍ସନ ଫୋର୍ସ ୧୭ ତାରିଖ ରାତିସାରା ଚଢ଼ାଉ ଜାରି କରି ୨୪ ଛେଳି ଉଦ୍ଧାର କରିଛନ୍ତି । ଦେଖନ୍ତୁ ଭିଡିଓ…….

Get real time updates directly on you device, subscribe now.