fbpx

ଟି-୨୦ ବିଶ୍ୱକପ୍ ୱାର୍ମଅପ୍: ଇଂଲଣ୍ଡକୁ ୬ ୱିକେଟରେ ହରାଇଲା ଭାରତ

ନୂଆଦିଲ୍ଳୀ: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡ ବିପକ୍ଷ ୱାର୍ମ ଅପ ମ୍ୟାଚରେ ଭାରତ ଚମକ୍ରାର ବିଜୟ ହାସଲ କରିଛି । ୧୮୯ ରନ ଲକ୍ଷ୍ୟର ପିଛା କରୁଥିବା ଭାରତ ଗୋଟିଏ ଓଭର ପୂର୍ବରୁ ୪ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା । ଭାରତ ପକ୍ଷରୁ କେ ଏଲ୍ ରାହୁଲ ଓ ଇଶାନ କିଶନ ଅର୍ଦ୍ଧଶତକ ହାସଲ କରିଥିଲେ । ଆଇପିଏଲର ଚମକ୍ରାର ଫର୍ମ ବଜାୟ ରଖି ରାହୁଲ ମାତ୍ର ୨୪ ବଲରୁ ୫୧ ରନ ସଂଗ୍ରହ କରିଥିଲେ । ଇଶାନ କିଶନ ୪୬ ବଲରୁ ୭୦ ରନ କରିଥିଲେ । ରାହୁଲଙ୍କ ଇନିଂସରେ ୬ ଚୌକା ଓ ୩ ଛକା ସାମିଲ ରହିଥିବା ବେଳେ ଇଶାନଙ୍କ ଇନିଂସରେ ୭ ଚୌକା ଓ ୩ ଛକା ସାମିଲ ଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଋଷଭ ପନ୍ତ ଅପରାଜିତ ୨୩ ରନ କରିଥିବା ବେଳେ ବିରାଟ କୋହଲି ୧୧ ରନ୍ କରିଥିଲେ । ଇଂଲଣ୍ଡ ପକ୍ଷରୁ ଡେଭିଡ୍ ୱିଲି, ମାର୍କ ଉଡ୍ ଓ ଲିଆମ ଲିଭିଙ୍ଗଷ୍ଟୋନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପକ୍ଷରୁ ଜୋସ ବଟଲର(୧୮) ଓ ଜାସନ ରୟ(୧୭) ୩୬ ରନ ଯୋଡିଥିଲେ । ଡାୱିଡ୍ ମଲାନ ୧୮ ରନ କରି ରାହୁଲ ଚହରଙ୍କ ଶିକାର ହୋଇଥିଲେ । ଲିଭିଙ୍ଗଷ୍ଟୋନ ୩୦ ରନ କରି ଶାମିଙ୍କ ତୃତୀୟ ଶିକାର ହୋଇଥିଲେ । ଶେଷ ଆଡକୁ ବେୟାରଷ୍ଟୋ ୩୬ ବଲରୁ ୪୯ ଏବଂ ମୋଇନ ଅଲୀ ୨୦ ବଲରୁ ୪୩ ରନ ସଂଗ୍ରହ କରିବାରୁ ଇଂଲଣ୍ଡ ୧୮୦ ଅତିକ୍ରମ କରିଥିଲା । ବେୟାରଷ୍ଟୋଙ୍କ ଇନିଂସରେ ୪ ଚୌକା ଓ ୧ ଛକା ସାମିଲ ଥିବା ବେଳେ ମୋଇନ ୪ ଚୌକା ଓ ୨ ଛକା ମାରିଥିଲେ । ମହମ୍ମଦ ଶାମି ୪୦ ରନରେ ୩ଟି ୱିକେଟ କରିଥିବା ବେଳେ ଜସପ୍ରୀତ ବୁମରା ଓ ରାହୁଲ ଚହର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.