fbpx

ଭଗବାନ ମୋ ଦ୍ୱାରା କିଛି ମହତ୍ କାର୍ଯ୍ୟ କରିବାକୁ ଚାହୁଁଛନ୍ତି.. ଦୋଷୀ ସାବ୍ୟସ୍ତ ହେଲେ ଫାସୀ ଖୁଣ୍ଟରେ ଝୁଲିବି

Advertisement

ନୂଆଦିଲ୍ଲୀ : ରେସଲିଂ ଫେଡେରେଶନର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ ବହୁ ଦିନ ପରେ ମୁହଁ ଖୋଲିଛନ୍ତି । ଗଙ୍ଗାରେ ମେଡାଲ ଭସାଇ ଦେଲେ ମୋତେ ଫାସୀ ହେବ ନାହିଁ ବୋଲି ଅତି ଦୃଢତାର ସହ ଗଣମାଧ୍ୟମରେ କହିଛନ୍ତି । ସେ ଆହୁରି ବି କହିଛନ୍ତି ଯେ, ଯଦି ମୋ ବିରୋଧରେ ପ୍ରମାଣ ସତ ହୁଏ ତେବେ ମୁ ଫାଶୀ ଖୁଣ୍ଟରେ ଝୁଲିବି । କିନ୍ତୁ ପ୍ରଥମେ ଦୋଷ ପ୍ରମାଣ କରିକି ଦେଖାଅ ବୋଲି ଆନ୍ଦୋଳନ କୁସ୍ତିଯୋଦ୍ଧାକୁ ସେ ଚ୍ୟାଲେଞ୍ଜ କରିଛନ୍ତି । କେବଳ ଏତିକି ନୁହେଁ, ବିଜେପି ସାଂସଦ କହିଛନ୍ତି ଯେ ଭଗବାନ ମୋ ହାତରେ କିଛି ଗୋଟେ ବଡ କାର୍ଯ୍ୟ ବା ମହତ୍ କାର୍ଯ୍ୟ କରିବାକୁ ଚାହୁଁଛନ୍ତି । ସେଥିପାଇଁ ମୋ ବିରୋଧରେ ଏଭଳି ଅଭିଯୋଗ ଆସିଛି ।

ବ୍ରିଜଭୂଷଣ ଶରଣ ସିଂ କହିଛନ୍ତି ଯେ ମୋ ବିରୁଦ୍ଧରେ ଅଭିଯୋଗ ଥିବାରୁ ମୁଁ ପଚାରୁଛି ଏସବୁ କେବେ ଓ କେଉଁଠାରେ ଘଟିଛି। ଅଭିଯୋଗ ହେବାର ଚାରି ମାସ ବିତିଗଲାଣି। ମୁଁ ଆଜି ବି କହୁଛି ଯଦି ଗୋଟିଏ ଅଭିଯୋଗ ପ୍ରମାଣିତ ହୁଏ ତେବେ ମୋତେ ଫାଶୀ ଦିଆଯିବ। ବିଜେପି ସାଂସଦ କହିଛନ୍ତି ଯେ ଏହି କୁସ୍ତିଯୋଦ୍ଧାମାନେ ପଦକକୁ ନେଇ ରାଜନୀତି କରୁଛନ୍ତି । ଗଙ୍ଗାରେ ପଦକ ଭସାଇ ଦେଲେ କିଛି ହେବ ନାହିଁ । ଏହା କେବଳ ଏକ ଭାବପ୍ରବଣ ଡ୍ରାମା । ଯଦି କୌଣସି ପ୍ରମାଣ ଅଛି, ତେବେ ଏହାକୁ ପୋଲିସକୁ ଦିଅ ଏବଂ କୋର୍ଟରେ ମୋତେ ଫାଶୀ ଖୁଣ୍ଟରେ ଝୁଲାଅ ।

ସେ ଆହୁରି ଦୃଢକ୍ତି ଦେଇ କହିଛନ୍ତି ଯେ ହରିୟାଣାର ୮୫% ଲୋକ ମୋ ସାଥିରେ ଅଛନ୍ତି । ୧୯୭୫ ରେ, ଯେତେବେଳେ ଜରୁରୀକାଳୀନ ପରିସ୍ଥିତି ଲଗିଥିଲା ସେତେବେଳେ କଂଗ୍ରେସ କର୍ମୀ ବ୍ୟତୀତ ସମସ୍ତେ ଜେଲକୁ ଯାଇଥିଲେ, ମୁଁ ମଧ୍ୟ ଯାଇଥିଲି। ବର୍ତ୍ତମାନ ୬୦ ବର୍ଷ ପରେ ମୁଁ ଏହି ସମର୍ଥନ ପାଇଛି, ଅନ୍ୟ କେହି ପାଇଲେ ନାହିଁ । ବ୍ରାହ୍ମଣ, ମେଷପାଳକ, ମୁସଲମାନ ସମସ୍ତେ ମୋ ସହିତ ଅଛନ୍ତି । ଏମାନଙ୍କ ସହ ହରିୟାଣାର ୮୫% ଜନତା ମୋ ସହ ଅଛନ୍ତି ।

Get real time updates directly on you device, subscribe now.