fbpx

ଶସ୍ତା ହୋଇଗଲା ସୁନା-ରୂପା, ଆସନ୍ତୁ ଜାଣିବା ଆଜିର ଦର..

ଗୋଟିଏ ଦିନ ପୂର୍ବରୁ ଇତିହାସ ରଚିବା ପରେ ଆଜି ପୁଣି ଶସ୍ତା ହୋଇଛି ସୁନା । ଆଜି ସକାଳୁ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୩୩୯ ଟଙ୍କା ଶସ୍ତା ହୋଇଛି । ଏହି କ୍ରମରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୪୮,୨୩୬ ଟଙ୍କାରେ ବିକ୍ରି ହେଉଛି । ଏହା ପୂର୍ବର ବୁଧବାର ଦିନ ୧୦ ଗ୍ରାମ ସୁନା ପ୍ରତି ୩୬୨ ବୃଦ୍ଧି ପାଇ ୪୮,୪୮୨ ଟଙ୍କାରେ ପହଞ୍ଚିଥିଲା । ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ ଆସୋସିଏନର ୱେବସାଇଟ (ibjarates.com)ରେ ସୁନା-ରୂପାର ହାରାହାରି ମୂଲ୍ୟ ଅପଡେଟ୍ କରାଯାଇଛି । କିନ୍ତୁ ୱେବସାଇଟରେ ଦିଆଯାଇଥିବା ହାରରେ ଜିଏସଟି ଅନ୍ତର୍ଭୁକ୍ତ କରାଯାଇ ନାହିଁ ।

ଅନ୍ୟପଟେ ୨୩ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୩୩୭ ଟଙ୍କା କମ୍ ହୋଇ ୪୮,୦୪୩ ଟଙ୍କାକୁ ହ୍ରାସ ପାଇଛି । ସେହିପରି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୩୧୧ ଟଙ୍କା ଶସ୍ତା ହୋଇ ୪୪,୧୮୪ ଟଙ୍କା ଓ ୧୮ କ୍ୟାରେଟ ସୁନା ୩୬,୧୭୭ ଟଙ୍କାକୁ ଖସିଆସିଛି । ରୂପା ମଧ୍ୟ କିଲେଗ୍ରାମ ପିଛା ୮୬୫ ଟଙ୍କା ହ୍ରାସ ପାଇଛି ।

Get real time updates directly on you device, subscribe now.