fbpx
BJD SKY
BJD SKY

ପୁଣି ଶସ୍ତା ହୋଇଗଲା ସୁନା-ରୂପା, ଜାଣନ୍ତୁ ଆଜିର ଦର

BJD

ନୂଆଦିଲ୍ଲୀ : ଆଜି ପୁଣି ବଜାରରେ ସୁନା-ରୂପା ଦର କମିଛି । ସୁନା ଓ ରୂପା ଆମଦାନୀ ଶୁଳ୍କରେ ହ୍ରାସ ନେଇ ଘୋଷଣା ହେବା ପ​‌ରେ ଦିଲ୍ଲୀ ସରାଫା ବଜାରରେ ଦାମ କମିଛି। ଗୁରୁବାର ସୁନା ଦାମରେ ୩୨୨ ଟଙ୍କା କମ୍ ହେବା ସହ ପ୍ରତି ୧୦ ଗ୍ରାମ ସୁନାର ଦାମ ୪୭,୧୩୫କୁ ଖସି ଆସିଛି। ଏହା ପୂର୍ବରୁ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୪୭,୪୫୭ ଟଙ୍କା ଥିଲା। କେବଳ ସୁନା ନୁହେଁ ରୂପା ଦାମ ବି ଖସିଛି। ଆଜି ରୂପା କିଲୋ ପ୍ରତି ୪୧୮ ଟଙ୍କା ଶସ୍ତା ହୋଇଛି। ଆଜି ରୂପା କିଲୋ ପ୍ରତି ୬୭,୦୭୮ ଟଙ୍କା ରହିଛି।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ପ୍ରତି ଆଉନ୍ସ ପାଇଁ ୧୮୨୫ ଡଲାର ଥିବା ବେଳେ ରୂପା ଦାମ ପ୍ରତି ଆଉନ୍ସକୁ ୨୬.୬୧ ଆମେରିକୀୟ ଡଲାର ରହିଛି। ବିଶ୍ବ ବଜାରରେ ମାନ୍ଦାବସ୍ଥା ତଥା ଡଲାର ମୁକାବିଲାରେ ଭାରତୀୟ ମୂଦ୍ରା ଶକ୍ତିଶାଳୀ ହେଉଥିବା ଯୋଗୁ ସୁନା ମୂଲ୍ୟରେ ହ୍ରାସ ହେଉଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

Get real time updates directly on you device, subscribe now.