fbpx

ସୁନା ଓ ରୁପାର ମୂଲ୍ୟ ହ୍ରାସ: ଦଶହରା ପୂର୍ବରୁ ଗହଣା କିଣିବାର ସୁଯୋଗ ହାତଛଡ଼ା କରନ୍ତୁନି

ନୂଆଦିଲ୍ଲୀ: ପାର୍ବଣ ଋତୁରେ ସୁନା ଗହଣାର ମୂଲ୍ୟ ହ୍ରାସ ପାଇଛି । ବର୍ତ୍ତମାନ ସୁନାର ମୂଲ୍ୟ ୫୧ ହଜାର ତଳକୁ ଖସି ଆସିଛି । ସେହିପରି ରୁପାର ମୂଲ୍ୟ ୫୮ ହଜାର ତଳେ ରହିଛି । ଲଗାତର ଦ୍ୱିତୀୟ ଦିନ ପାଇଁ ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି । ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୬୦୦ ଟଙ୍କା କମିଛି । ବିଦେଶୀ ବଜାରର ନକାରାତ୍ମକ ସଙ୍କେତ କାରଣରୁ ଘରୋଇ ବଜାରରେ ଏହାର ଚାହିଦା ହ୍ରାସ ପାଇଛି ।

ଦିଲ୍ଲୀର ସରାଫା ବଜାରରେ ଗତକାଲି ସୁନାର ମୂଲ୍ୟ ୨୬୫ ଟଙ୍କା ହ୍ରାସ ଘଟି ୧୦ ଗ୍ରାମ ପିଛା ୫୦,୬୧୬ ଟଙ୍କା ରହିଥିଲା । ଏଚଡିଏଫସି ସିକ୍ୟୁରିଟିଜ ସୂତ୍ରରୁ ଏହି ରିପୋର୍ଟ ମିଳିଥିଲା । ପୂର୍ବ କାରବାର ସେସନରେ ସୁନା ୧୦ ଗ୍ରାମ ପିଛା ୫୦,୮୮୧ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ରୁପାର ମୂଲ୍ୟ ୭୮୬ ଟଙ୍କା ହ୍ରାସ ଘଟି ପ୍ରତି କିଲୋ ୫୭,୨୪୪ ଟଙ୍କାରେ ପହଞ୍ଚିଥିଲା ।

ଏଚଡିଏଫସିର ଜଣେ ବରିଷ୍ଠ ସମୀକ୍ଷକ କହିଛନ୍ତି, ଟଙ୍କାର ମୂଲ୍ୟରେ ଦୁର୍ବଳ ପ୍ରଦର୍ଶନ କାରଣରୁ କମେକ୍ସରେ ଗତକାଲି ରାତିରେ ନିମ୍ନମୁଖୀ ଦେଖିବାକୁ ମିଳିଥିଲା । ଦିଲ୍ଲୀରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୨୬୫ ଟଙ୍କା ହ୍ରାସ ଘଟିଥିଲା । ବିଦେଶୀ ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା ୩୦ ପଇସା ହ୍ରାସ ଘଟି ୭୯.୪୭ରେ ବନ୍ଦ ହୋଇଥିଲା ।

Get real time updates directly on you device, subscribe now.