fbpx
BJD SKY
BJD SKY

ଉଜବେକିସ୍ତାନ ଯାଉଛନ୍ତି ପ୍ରଧାନମନ୍ତ୍ରୀ: ଦୁଇ ବର୍ଷ ପରେ ଭେଟ ହେବେ SCO ନେତା

BJD

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଙ୍ଘାଇ ସହଯୋଗ ସଂଗଠନ(SCO) ବୈଠକରେ ଭାଗ ନେବା ପାଇଁ ସମରକନ୍ଦ ଯାଉଛନ୍ତି । କୋଭିଡ୍ ପରେ ପ୍ରଥମ ଥର ସବୁ ଏସସିଓ ନେତା ଆମ୍ନା-ସାମ୍ନି ବୈଠକରେ ସାମିଲ ହେବା ପାଇଁ ଉଜବେକିସ୍ତାନ ପହଞ୍ଚିଛନ୍ତି । ଏହି ବୈଠକ ସମୟରେ ପିଏମ ମୋଦୀଙ୍କ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଦ୍ୱିପାକ୍ଷିକ ବାର୍ତ୍ତା ଉପରେ ସାରା ବିଶ୍ୱର ନଜର ରହିଛି ।

କୋଭିଡ୍ ପରେ ସାଙ୍ଘାଇ ସହଯୋଗ ସଂଗଠନ(SCO) ନେତା ପ୍ରଥମ ଥର ଆମ୍ନା ସାମ୍ନି ବୈଠକରେ ସାମିଲ ହେଉଛନ୍ତି । ଉଜବେକିସ୍ତାନ ସମରକନ୍ଦରେ ୧୪ ରୁ ୧୬ ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥାନୀୟ ସମୟାନୁସାରେ ଗୁରୁବାର ସନ୍ଧ୍ୟା ୬ ଟାରେ ପହଞ୍ଚିବେ । ସାଙ୍ଘାଇ ସହଯୋଗ ସଂଗଠନର ଏହା ପୂର୍ବରୁ ଗତ ଦୁଇ ବୈଠକ ଭର୍ଚୁଆଲ ଆୟୋଜନ ହୋଇଥିଲା । ପିଏମ ମୋଦୀ ଏସସିଓ ରେ ୧୫ ସେପ୍ଟେମ୍ବରରେ ପହଞ୍ଚିବେ ଏବଂ ଶୁକ୍ରବାର ରାତିରେ ଭାରତ ଫେରିବେ । ସେହିଭଳି ତାଙ୍କର ଋଷ ଉଜବେକିସ୍ତାନ ଏବଂ ଇରାନ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା କାର୍ଯ୍ୟକ୍ରମ ମଧ୍ୟ ରହିଛି ।

୨୦୦୧ ରୁ ତିଆରି ହୋଇଥିବା ଏସସିଓରେ ସମୁଦାୟ ୮ ସଦସ୍ୟ ଦେଶ ଅଛନ୍ତି । ଏଥିରେ ଚୀନ୍, କଜାଖିସ୍ତାନ, କିର୍ଗିସ୍ତାନ, ଋଷ, ତିଜିକିସ୍ତାନ ଏବଂ ଉଜବେକିସ୍ତାନ ଆରମ୍ଭରୁ ରହିଛନ୍ତି । ଯେତେବେଳେକି ଭାରତ ଏବଂ ପାକିସ୍ତାନ ୨୦୧୭ ରେ ପୂର୍ଣ୍ଣ ସଦସ୍ୟ ହୋଇଥିଲା ।

Get real time updates directly on you device, subscribe now.