fbpx

ଉତ୍ତରପ୍ରଦେଶରେ ଚାଞ୍ଚଲ୍ୟ ! ୨ ଦଳିତ ଭଉଣୀଙ୍କୁ ହତ୍ୟା କରି ଟାଙ୍ଗିଦେଲେ ଗଛରେ…

ନୂଆଦିଲ୍ଲୀ: ୨ ଦଳିତ ଯୁବତୀଙ୍କୁ ହତ୍ୟା… ଖାଲି ହତ୍ୟା ତ’ ନୁହେଁ, ଗଛରେ ଟାଙ୍ଗିଦେଲେ ଝୁଲନ୍ତା ମୃତଦେହ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଲକ୍ଷୀମପୁର ଖୀରୀ ଜିଲ୍ଲାରେ ।

ନିଘାସନ ଥାନା ଅନ୍ତର୍ଗତ ତମୋଲୀନ ଗ୍ରାମର ଘଟିଛି ଏହି ଦୃଦୟବିଦାରକ ଘଟଣା । ଗାଁ ବାହାରେ ଗଛରେ ୨ ଦଳିତ ଭଉଣୀଙ୍କୁ ଝୁଲନ୍ତା ଅବସ୍ଥାରେ ଶବ ମିଳିବା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମୃତ ଯୁବତୀଙ୍କ ମା’ ଅଭିଯୋଗ କରିଛନ୍ତି ଯେ ବୁଧବାର ଦ୍ୱିପ୍ରହରରେ ୩ ଯୁବକ ତାଙ୍କ ଝିଅଙ୍କୁ ଉଠାଇ ନେଇଯାଇଥିଲେ ଏବଂ ପରେ ହତ୍ୟା କରି ଶବକୁ ଟାଙ୍ଗିଦେଇଥିଲେ ।

ତେବେ ଏହି ଘଟଣା ଶବ ମିଳିବା ପରେ ଲୋକମାନେ ରାସ୍ତା ଅବରୋଧ କରିବା ସହ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବା ପାଇଁ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି ଯେ ପୀଡ଼ିତାଙ୍କ ପରିବାର ବୟାନ ଆଧାରରେ ମାମଲା ରୁଜୁ ହୋଇଛି । ଦୁଇ ଭଉଣୀଙ୍କୁ ଶବର ପୋଷ୍ଟମର୍ଟମ କରାଯାଉଛି ।

ସେପଟେ ଏହି ମାମଲାରେ ରାଜନୀତି ସରଗରମ ହୋଇଉଠିଛି, ସମାଜବାଦୀ ପାର୍ଟୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରିଛି ।

Get real time updates directly on you device, subscribe now.