fbpx

୧୨ ବର୍ଷ ପରେ ନିଜ ରାଶିରେ ବକ୍ର ହେଲେ ବୃହସ୍ପତି: ଏହି ୩ ରାଶି ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗ୍ରହ ନକ୍ଷେତ୍ର ନିଜର ଗତି ଏବଂ ରାଶି ପରିବର୍ତ୍ତନ କରିଥାନ୍ତି । ଯାହାକି ପ୍ରତ୍ୟେକ ରାଶିର ବ୍ୟକ୍ତିମାନଙ୍କ ଉପରେ ପ୍ରଭାବ ପକାଇଥାଏ । ଏହି କାରଣରୁ କେଉଁ ରାଶଇର ବ୍ୟକ୍ତିଙ୍କୁ ଶୁଭ ଫଳ ମିଳିଥାଏ ତ ଆଉ କେଉଁ ରାଶିର ବ୍ୟକ୍ତିମାନଙ୍କୁ କିଛି ଦଶା ଭୋଗିବାକୁ ପଡିଥାଏ । ତେବେ ପୂର୍ବରୁ ଅନେକ ଗ୍ରହ ନିଜର ଗତି ଏବଂ ରାଶି ପରିବର୍ତ୍ତନ କରିଥିବା ବେଳେ ବର୍ତ୍ତମାନ ଦେବଗୁରୁ ବୃହସ୍ପତି ଦୀର୍ଘ ୧୨ ବର୍ଷ ପରେ ନିଜ ଗତି ଏବଂ ରାଶି ପରିବର୍ତ୍ତନ କରୁଛନ୍ତି ।

ବୃହସ୍ପତି ନିଜ ରାଶି ମୀନରେ ବକ୍ର ହେବାକୁ ଯାଉଛନ୍ତି ।ଅର୍ଥାତ୍ ସେ ବର୍ତ୍ତମାନ ମୀନ ରାଶିରେ ଓଲାଟା ଭାବରେ ଘୁରୁଛନ୍ତି । ତେବେ ଚଳିତ ବର୍ଷ ୨୩ ନଭେମ୍ବର ପର୍ଯ୍ୟନ୍ତ ସେ ଏହିପରି ଭାବରେ ପରିକ୍ରମା କରିବେ । ଯାହାଫଳରେ ଏହା ସମସ୍ତ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇବ । ଏଥିସହିତ ଏପରି ୩ ଟି ରାଶି ଅଛନ୍ତି ଯାହା ଉପରେ ଦେବ ଗୁରୁ ବୃହସ୍ପତିଙ୍କ ଏହି ବକ୍ର ପ୍ରଭାବ ଅଧିକ ପଡିବା ସହିତ ଅନେକ ଶୁଭ ଫଳ ପ୍ରାପ୍ତି ହେବ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ୩ଟି କିଏ ?

କର୍କଟ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୃହସ୍ପତିଙ୍କ ନିଜ ରାଶିରେ ବକ୍ର ହେବା ଦ୍ୱାରା ଏହା କର୍କଟ ରାଶିର ବ୍ୟକ୍ତିମାନଙ୍କ ଉପରେ ଅନେକ ସୁଫଳ ପ୍ରଦାନ କରିବ । ଏହି ରାଶିର ବ୍ୟକ୍ତିମାନଙ୍କୁ ଚାକିରୀ ଏବଂ ବାଣିଜ୍ୟ କ୍ଷେତ୍ରରେ ଶୁଭ ସମାଚାର ମିଳିପାରେ । ଏଥିସହିତ କୌଣସି କାମକୁ ନେଇ ଏମାନେ ଦୂର ଯାତ୍ରା କରିପାରନ୍ତି । ଏତତ୍ ବ୍ୟତୀତ ବହୁଦିନ ଧରି ଅଟକି ରହିଥିବା କାମ ପୁରା ହେବା ସହିତ ପିଲାମାନଙ୍କ ପାଠ ପଢାରେ ମଧ୍ୟ ଉନ୍ନତି ଆସିବ ।

ମିଥୁନ: ମୀନ ରାଶିରେ ବୃହସ୍ପତିଙ୍କ ଓଲଟା ଗତି ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଖୁବ୍ ଭଲ ପ୍ରଭାବ ପକାଇବ । ତେବେ ଏହି ରାଶିର ବ୍ୟକ୍ତିମାନଙ୍କୁ ନୂତନ ଚାକିରୀର ସୁଯୋଗ ମିଳିବ । ଏଥିସହିତ ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ଅଫିସରେ କୌଣସି ନୂଆ ଦାୟିତ୍ୱ କିମ୍ବା ପ୍ରମୋସନ ମିଳିପାରେ । ଏତତ୍ ବ୍ୟତୀତ ଏହି ରାଶିର ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହିତ ମନ ପ୍ରଫୁଲ ରହିବ । ପରିବାର ସହିତ ହସ ଖୁସିରେ ସମୟ ଅତିବାହିତ ହେବ ।

ବୃଷ: ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ବୃହସ୍ପତିଙ୍କ ବକ୍ର ହେବା ଅନେକ ଖୁସି ଆଣିବ । ଏହି ରାଶିର ବ୍ୟକ୍ତିମାନଙ୍କ ଆର୍ଥିକ ସମସ୍ୟା ଦୂର ହେବା ସହିତ ଟଙ୍କା ରୋଜଗାରର ନୂଆ ନୂଆ ବାଟ ଖୋଲିବ । ବାଣିଜ୍ୟ ବ୍ୟବସାୟରେ ଅନେକ ସଫଳତା ପାଇ ପାରିବେ । ତେବେ ଏହି ବକ୍ର ସମୟକାଳ ମଧ୍ୟରେ କୌଣସି ସମ୍ପତ୍ତି କିମ୍ବା ଯାନ ବାହାନ କଣିବାର ଯୋଗ ରହିଛି ।

Get real time updates directly on you device, subscribe now.