fbpx

ଶସ୍ତା ହେଲା ସୁନା, ଏହି ସମୟରେ କିଣିବା ଠିକ କି ନୁହେଁ, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ବାହାଘର ସିଜନ ଚାଲୁରହିଛି । ଏହା ମଧ୍ୟରେ ସୁନା ରୂପାର ଡ଼ିମାଣ୍ଡ ବଢିବା ସହ ରେଟ ମଧ୍ୟ ଆକାଶ ଚୁଇଁବାକୁ ବସିଲାଣି । କିଛିଦିନ ହେଲାଣି ମଲ୍ଟି ଏକ୍ସଚେଞ୍ଜ କମୋଡିଟି ଏକ୍ସଚେଞ୍ଜରେ ଅସ୍ଥିରତା ଦେଖାଦେଇଛି । ଏହା ମଧ୍ୟରେ ଆଜି ସୁନା-ରୁପା ଦରରେ ସାମାନ୍ୟ ଅଶ୍ୱସ୍ଥି ଆସିଛି । ହେଲେ ଲୋକମାନଙ୍କ ମନରେ ସୁନା କିଣିବାକୁ ନେଇ ପ୍ରଶ୍ନ ଉଙ୍କି ମାରିଛି । ବର୍ତ୍ତମାନ ସୁନା କିଣିବା ଠିକ କି ନୁହେଁ ସମସ୍ତେ ଭାବୁଛନ୍ତି । ତେବେ ସୁନା ଚାନ୍ଦି କିଣିବା ପୂର୍ବରୁ ସମସ୍ତ ତଥ୍ୟ ଜାଣିନେବା ନିହାତି ଆବଶ୍ୟକ । ଆସନ୍ତୁ ଜାଣିବା ଆଜି ବିଭିନ୍ନ ଯାଗାରେ ସୁନା-ରୁପା ଦର କଣ ରହିଛି । ଯାହାଦ୍ୱାରା ଆପଣ ଜାଣିପାରିବେ ଯେ, ବର୍ତ୍ତମାନ ଏହି ମୂଲ୍ୟବାନ ଜିନିଷ କିଣିବା ସଠିକ କି ନୁହେଁ ।

ଦେଶରେ ଆଜି ୨୪ କ୍ୟାରେଟ ସୁନାର ଦାମ ୦.୦୭ ଅର୍ଥାତ ୪୦ ଟଙ୍କା କମି ୧୦ ଗ୍ରାମ ସୁନାର ମୂଲ୍ୟ ୫୭,୦୧୦ ଟଙ୍କାରେ ପହଁଚିଛି । ଅନ୍ୟପଟେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୫୨,୨୨୦ ରହିଛି । ବର୍ତ୍ତମାନ ସୁନା ସବୁଠାରୁ ଅଧିକ ରେଟରେ କାରବାର ହେଉଛି । ମଲ୍ଟି ଏକ୍ସଚେଞ୍ଜ ଉପରେ ସୁନା ୦.୨୪ ପ୍ରତିଶତ ବା ୧୩୪ ଟଙ୍କା ପ୍ରତି ୧୦ ଗ୍ରାମରେ କମି ୫୬, ୭୯୨ ରେ ପହଁଚିଛି । ସେହିପରି ରୂପାର ମୂଲ୍ୟରେ ୦.୧୬ ପ୍ରତିଶତ ବଢିଯାଇଛି । ମଲ୍ଟି ଏକ୍ସଚେଞ୍ଜ ଉପରେ ୮୬ଟଙ୍କା ଚାନ୍ଦିରେ ବଢି କିଲୋଗ୍ରାମ ପ୍ରତି ୬୮,୬୩୩ ଟଙ୍କା ରହିଛି ।

ଦିଲ୍ଲୀରେ ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନାର ମୂଲ୍ୟ ୫୭.୨୭୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୫୨.୫୦୦ ଟଙ୍କା ରହିଛି । ସେହିପରି କୋଲକାତା ସହରରେ ୨୪ କ୍ୟାରେଟ ସୁନା ୧୦ଗ୍ରାମ ପିଛା ୫୭,୧୧୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୫୨,୩୫୦ ଟଙ୍କା ରହିଛି । ମୁମ୍ବାଇରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୭,୧୧୦ ରହିଛି, ଏବଂ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୫୨,୩୫୦ ଟଙ୍କା ରହିଛି । ଅନ୍ୟପଟେ ଚେନ୍ନାଇରେ ୨୪ କ୍ୟାରେଟ ସୁନା ୫୨,୨୮୫ ଏବଂ ୨୨ କ୍ୟାରେଟ ସୁନା ୪୭,୯୨୭ ଟଙ୍କା ପ୍ରତି ୧୦ ଗ୍ରାମ ପିଛା ରହିଛି ।

Get real time updates directly on you device, subscribe now.