fbpx

(VIDEO)ମା’ ଙ୍କ ନିଧନ ପରେ କାହିଁକି ଲଣ୍ଡା ହୋଇ ନାହାନ୍ତି ମୋଦି ?

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି ନା କୌଣସି କଥାକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର କାମ ଦେଶରେ ନୁହେଁ ବରଂ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ତେବେ ମୋଦିଙ୍କୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାର ଖବର ପ୍ରକାଶ ପାଉଥିବା ବେଳେ ବର୍ତ୍ତମାନ ତାଙ୍କ ବିଷୟରେ ଏକ ଖବର ପ୍ରକାଶ ପାଇଛି । ଯହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ କ୍ଲନ୍ ସେଭ ହେବା ସହ ଲଣ୍ଡା ମଧ୍ୟ ହୋଇଛନ୍ତି । ଯହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ଫେଟାକୁ ନେଇ କିଛି ୟୁଜରସ ମୋଦି ମାଙ୍କ କ୍ରିୟାକର୍ମ ପାଇଁ ମୁଣ୍ଡନ ହୋଇଥିବା କହୁଛନ୍ତି । ତ କେହି କେହି ଏହାକୁ ଫେକ ବୋଲି କହୁଛନ୍ତି । କିନ୍ତୁ ପ୍ରକୃତରେ ଏହି ଫଟୋ ଫେକ ବୋଲି ଜଣା ପଡିଛି । ପ୍ରଧାନମନ୍ତ୍ରୀ ବିଲକୁଲ ବି ଲଣ୍ଡା ହୋଇନାହାନ୍ତି । ଏହାକୁ ନେଇ କିଛି ଜଣଙ୍କ ମନରେ ପ୍ରଶ୍ନ ମଧ୍ୟ ଆସୁଥିବ ଯେ କାହିଁକି ମାଙ୍କ ଦେହାନ୍ତ ପରେ ମୋଦି ଲଣ୍ଡା ହେଲେ ନାହିଁ । କଣ ଆପଣ ଜାଣନ୍ତି ଏହା ପଛର କାରଣ । । ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରେ ।

ନିକଟରେ ୩୦ ଡିସେମ୍ବର ୨୦୨୨ରେ ପ୍ରଧାନମନ୍ତ୍ରୀଙ୍କ ମା ହୀରା ବେନଙ୍କର ୧୦୦ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ଏଥିପାଇଁ ସାରା ଭାରତ ବର୍ଷ ମୋଦିଙ୍କୁ ଟୁଇଟେଯାଗେ ସମବେଦନା ଜଣାଇଥିଲେ । ମା’ଙ୍କ ଅନ୍ତେଷ୍ଟିକ୍ରିୟା ସମୟରେ ମାଦିଙ୍କୁ ଭାବୁକ ଓ ଦୁଃଖୀତ ହେବାର ଦେଖାଯାଇଥିଲା । ନିଜ ସମସ୍ତ କାମରୁ ମୋଦି ଆସି ନିଜ ମା’ଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେଇଥିବାର ମଧ୍ୟ ପୁରା ବିଶ୍ୱ ଦେଖିଥିଲା । ତେବେ ଏହାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ । ହେଲେ ଏହାରି ମଧ୍ୟରେ କେହି କେହି ପ୍ରଶ୍ନ କରୁଛନ୍ତି କାହିଙ୍କି ହିନ୍ଦୁ ହୋଇ ମା’ଙ୍କୁ ମୁଖାଗ୍ନି ଦେବାପରେ ମଧ୍ୟ ଲଣ୍ଡା ହେଲେ ନାହିଁ ମୋଦି ।

ତେବେ ହିନ୍ଦୁ ଶାସ୍ତ୍ର ଅନୁସାରେ ସନ୍ୟାସ ନେଇଥିବା ବ୍ୟକ୍ତି ମାନେ ପରିବାରର କାହାର ବି ମୃତ୍ୟୁ ହେଲେ ଲଣ୍ଡା ହେବାକୁ ବାରଣ କରାଯାଇଥାଏ । ସେହିପରି ରାଜ କାର୍ଯ୍ୟରେ ଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଏଥିପାଇଁ ବାରଣ ରହିଛି । ଏଥିପାଇଁ ରାମାୟଣରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ବନବାସ ସମୟରେ ଲଣ୍ଡା ହୋଇନଥିବାର ନଜିର ରହିଛି । ହିନ୍ଦୁ ଶାସ୍ତ୍ର ଅନୁସାରେ ସନ୍ୟାସ ନେବା ସମୟରେ ପିତାମାତାଙ୍କ ସମେତ ନିଜ ନାମର ବି ପିଣ୍ଡ ଦେବାକୁ ହୋଇଥାଏ । ତେଣୁ ସନ୍ୟାସୀ କେବେ ମଧ୍ୟ ଲଣ୍ଡା ହୁଅନ୍ତି ନାହିଁ । ଆମଦେଶର ପ୍ରଧାନ ମନ୍ତ୍ରୀ ରାଜ୍ୟକାର୍ଯ୍ୟରେ ଥିବା ବେଲେ ସେ ଯୁବା ବୟସରୁ ସନ୍ୟାସ ନେଇଥିଲେ । ତେଣୁ ସେ ନିଜ ମାଙ୍କ ନିଧନରେ ଲଣ୍ଡା ହୋଇ ନାହାଁନ୍ତି । ନିଜର ଦେଶ କାର୍ଯ୍ୟକୁ ଗୁରୁତର ସହ ନେଇ ସମଗ୍ର ଭାରତବର୍ଷ ପାଇଁ କାମ କରିବାର ନେଇଥିବା ସଂକଳ୍ପରେ ଅନୁବନ୍ଧିତ ହୋଇ କାର୍ଯ୍ୟ କରିଚାଲିଛନ୍ତି ।

Get real time updates directly on you device, subscribe now.