fbpx

ବିବାହ ଋତୁରେ ଶସ୍ତା ହେଲା ସୁନା, ଜାଣନ୍ତୁ ଆଜିର ଦାମ୍

ବିବାହ ଋତୁରେ ଶସ୍ତା ହୋଇଛି ସୁନା-ରୂପାର ଦାମ୍ । ଆଜି ସକାଳୁ ସାରା ଦେଶରେ ସୁନା ମୂଲ୍ୟ ୯୯ ଟଙ୍କା ହ୍ରସ ପାଇଛି । ସୋମବାର ଦିନ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୪୭,୨୭୮ ଟଙ୍କାରେ ବିକ୍ରି ହୋଇଛି । ଏଥି ସହ ୨୩ କ୍ୟାରେଟରୁ ୧୮ କ୍ୟାରେଟ ପର୍ଯ୍ୟନ୍ତ ସୁନା ଦରରେ ହ୍ରାସ ଘଟିଛି । ସେହିପରି ରୂପା କିଲୋଗ୍ରାମ ପିଛା ୧୨୫୫ ଟଙ୍କା ଶସ୍ତା ହୋଇଛି ।

ତେବେ ୨୩ କ୍ୟାରେଟ ସୁନା ମୂଲ୍ୟରେ ୯୯ ଟଙ୍କା ହ୍ରାସ ପାଇ ୪୭,୦୮୯ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ୪୩,୩୦୭ ମୂଲ୍ୟରେ ବିକ୍ରି ହେଉଛି । ଏହା ସହ ୧୮ କ୍ୟାରେଟ୍ ସୁନା ମୂଲ୍ୟ ୩୫,୪୫୯ ଟଙ୍କାରେ ବିକ୍ରି ହେଉଛି । ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ ଆସୋସିଏନର ୱେବସାଇଟ (ibjarates.com)ରେ ସୁନା-ରୂପାର ହାରାହାରି ମୂଲ୍ୟ ଅପଡେଟ୍ କରାଯାଇଛି ।

Get real time updates directly on you device, subscribe now.