fbpx

ଶସ୍ତା ହୋଇଗଲା ସୁନା , ଜାଣନ୍ତୁ କେତେ ଅଛି ଆଜିର ରେଟ୍

ନୂଆଦିଲ୍ଲୀ : ଯଦି ଆପଣ ସୁନା-ଚାନ୍ଦି କିଣିବାକୁ ଚିନ୍ତା କରୁଛନ୍ତି। ତେବେ ଆପଣଙ୍କ ପାଇଁ ଖୁସି ଖବର। ସୋମବାର ୩ ଜୁନ୍ ୨୦୨୪ରେ ସୁନା-ଚାନ୍ଦି ଦାମ୍ କମିଛି। ଶସ୍ତାରେ ସୁନା କିଣିବା ପାଇଁ ଆପଣଙ୍କୁ ଏବେ ସୁଯୋଗ ଆସିଛି। ରାଜଧାନୀ ଦିଲ୍ଲୀରେ ୩ ଜୁନ୍ ୨୦୨୪ରେ ୨୨ କ୍ୟାରେଟ୍ ସୁନା ଦାମ୍ ପ୍ରାୟ ୬୬,୬୪୦ ଟଙ୍କା ପ୍ରତି ୧୦ ଗ୍ରାମକୁ।

୨୪ କ୍ୟାରେଟ୍ ସୁନା ଦାମ୍ ପ୍ରାୟ ୭୨,୬୯୦ ଟଙ୍କା ପ୍ରତି ୧୦ ଗ୍ରାମ।

ଏମସିଏକ୍ସରେ ସୋମବାର ସୁନା ଦର ହ୍ରାସ ପାଇଥିବା ଦେଖାଯାଇଛି। ଦିନ ୧ଟା ୪୯ରେ ୦.୪୭% ଅର୍ଥାତ୍ ୩୩୬ ଟଙ୍କା ହ୍ରାସ ହୋଇ ୭୧୫୫୦ ଟଙ୍କା ପ୍ରତି ୧୦ ଗ୍ରାମରେ ରହିଛି। ଚାନ୍ଦି ଦାମ୍ ମଧ୍ୟ ହ୍ରାସ ହୋଇଛି। ଏମସିଏକ୍ସରେ ଚାନ୍ଦି ୦.୫୭% ଅର୍ଥାତ ୫୧୯ ହ୍ରାସ ହୋଇ ୯୧,୦୫୧ ଟଙ୍କା ପ୍ରତି କିଲୋଗ୍ରାମରେ ରହିଛି।

ଭୁବନେଶ୍ୱରରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ଦାମ୍ ୬୬,୧୦୦ ଟଙ୍କା। ଗତକାଲି ଏହା ୬୬,୫୦୦ ଟଙ୍କା ଥିଲା।
୨୪ କ୍ୟାରେଟ୍ ସୁନା ଦାମ୍ ୭୨,୧୧୦ ଟଙ୍କା ୧୦ ଗ୍ରାମ୍ ପ୍ରତି। ଗତକାଲି ଏହା ୭୨,୫୫୦ ଟଙ୍କା।
୧୮ କ୍ୟାରେଟ୍ ସୁନା ଦାମ୍ ୫୪,୦୮୦ ଟଙ୍କା। ଗତକାଲି ଏହା ୫୪,୪୧୦ ଟଙ୍କା ଥିଲା।

Get real time updates directly on you device, subscribe now.