fbpx

(Video) ବାଇକରେ ଆସି ୧୨ ଲକ୍ଷର ସୁନାଗହଣା ଲୁଟିନେଲେ ଦୁର୍ବୁତ୍ତ, ସିସିଟିଭିରେ କଏଦ ହେଲା ଭିଡିଓ…

ବାଇକ ରେ ଆସିଲେ ସୁନା ଗହଣା ନେଇ ଚାଲିଗଲେ । ଭୁବନେଶ୍ୱର ଲଷ୍ମୀସାଗର ଅଞ୍ଚଳରେ ଥିବା ଏକ ସୁନା ଦୋକାନରୁ ହୋଇଛି ଲୁଟ । ଦୋକାନୀ ଠାକୁର ପୂଜା କରୁଥିବା ବେଳେ ୧୨ଲକ୍ଷ ଟଙ୍କାର ସୁନା ଗହଣା ନେଇ ଚମ୍ପଟ ମାରିଲେ ଦୁର୍ବୁତ୍ତ । ଲଷ୍ମୀସାଗର ଥାନା ରେ ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି । ଲୁଟର ଶିକାର ହୋଇଥିବା ସୁନା ଦୋକାନୀ ବସନ୍ତ କୁମାରଙ୍କ ଅଭିଯୋଗ ଅନୁସାରେ, ଦୁଇଦିନ ତଳେ ସେ ଠାକୁର ପୂଜା ପାଇଁ ନିକଟସ୍ଥ ପାଇପରୁ ପାଣି ଆଣିବାକୁ ଯାଇଥିଲେ । ଏହି  ସମୟରେ ଦୁଇଜଣ ଲୁଟେରା ବାଇକ ରେ ଆସି ଦୋକାନରେ ଥିବା ଏକ ସୁନା ରୁପା ଭର୍ତ୍ତି ବ୍ୟାଗ କୁ ନେଇ ଛୁ ମାରିଲେ । ଅଭିଯୋଗ ପରେ ପୋଲିସ ଏବେ ସିସିଟିଭି ଫୁଟେଜ ଅଧାର କରି ତଦନ୍ତ ଆରମ୍ଭ କରିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.