fbpx

IOCLରେ ଏହି ପଦରେ ନିଯୁକ୍ତି ସୁଯୋଗ, ଦ୍ୱାଦଶ ଏବଂ ଗ୍ରାଜୁଏଟ ପାସ୍ କରନ୍ତୁ ଆବେଦନ: ଜାଣନ୍ତୁ ଡିଟେଲ୍

ଇଣ୍ଡିଆନ ଅଏଲ କର୍ପୋରେସନ (IOCL)ରେ ଚାକିରିର କରିବା ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ ଆଇଓସିଏଲର ମାର୍କେଟିଂ ଡିଭିଜନ୍ ରେ ସାରା ଦେଶରେ ଟେଡ୍ର ଆପ୍ରେଣ୍ଟିସ୍ ଏବଂ ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ଅଫିସିଆଲ୍ ୱେବସାଇଟ୍ iocl.com ରେ ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୩୧ ଜାନୁଆରୀ ଏବଂ ୧୫ ଫେବୃଆରୀ ।

ସମୁଦାୟ ୧୧୯୬ ଟି ପଦବୀ ପାଇଁ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରିହୋଇଛି । ଏଥିମଧ୍ୟରୁ ୫୭୦ ଟି ପୋଷ୍ଟ ୱେଷ୍ଟର୍ଣ୍ଣ ଜୋନ୍ ଏବଂ ୬୨୬ ଟି ଉତ୍ତର ଜୋନ୍ ପାଇଁ ରହିଛି । ଉତ୍ତର ଜୋନ୍ ପାଇଁ ଆବେଦନ କରିବାର ଶେଷ ତାରିଖ ୩୧ ଜାନୁଆରୀ ଥିବାବେଳେ ପଶ୍ଚିମ ଜୋନ୍ ପାଇଁ ୧୫ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ରହିଛି । ଆଶାୟୀଙ୍କ ବୟସ ସୀମା ୧୮ ବର୍ଷରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଯୋଗ୍ୟତା:

ଟ୍ରେଡ୍ ଆପ୍ରେଣ୍ଟିସ୍: ଏନସିବିଟି/ଏସସିବିଟି ଦ୍ୱାରା ମାନ୍ୟତାପ୍ରାପ୍ତ ଫୁଲ୍ ଟାଇମ ଆଇଟିଆଇ ସାର୍ଟିଫିକେଟ୍ ରହିଥିବା ଆବଶ୍ୟକ ।

ଟେକ୍ନିସିଆନ ଆପ୍ରେଣ୍ଟିସ୍- ମାନ୍ୟତାପ୍ରାପ୍ତ ସଂସ୍ଥା/ବିଶ୍ୱବିଦ୍ୟାଳୟରୁ ସମ୍ବନ୍ଧୀୟ ବିଷୟରେ ସର୍ବନିମ୍ନ ୫୦% ମାର୍କ ସହ ୩ ବର୍ଷର ଡିପ୍ଲୋମା କୋର୍ସ ରହିଥିବା ଦରକାର( ଏସସି/ଏସଟି ଆଶାୟୀଙ୍କ ପାଇଁ ୪୫%) ।

ଟ୍ରେଡ୍ ଆପ୍ରେଣ୍ଟିସ୍-ଆକାଉଣ୍ଟାଣ୍ଟ: ସର୍ବନିମ୍ନ ୫୦% ମାର୍କ ଥିବା ଯେକୌଣସି ବିଷୟରେ ଫୁଲ୍ ଟାଇମ ଗ୍ରାଜୁଏସନ କୋର୍ସ ଆବଶ୍ୟକ( ଏସସି/ଏସଟି ଆଶାୟୀଙ୍କ ପାଇଁ ୪୫%) ।

ଟ୍ରେଡ୍ ଆପ୍ରେଣ୍ଟିସ୍ – ଡାଟା ଏଣ୍ଟ୍ରି ଅପରେଟର୍ (ସ୍କିଲ୍ ସାର୍ଟିଫିକେଟ୍ ଧାରକ): ଦ୍ୱାଦଶ ଶ୍ରେଣୀ ପାସ୍ ଏବଂ ‘ଘରୋଇ ଡାଟା ଏଣ୍ଟ୍ରି ଅପରେଟର’ରେ ସ୍କିଲ୍ ସାର୍ଟିଫିକେଟ୍ ସହିତ ସମାନ  ।

ଟ୍ରେଡ୍ ଆପ୍ରେଣ୍ଟିସ୍ – ରିଟେଲ୍ ସେଲ୍ସ ଆସୋସିଏଟ୍ (ସ୍କିଲ୍ ସାର୍ଟିଫିକେଟ୍ ଧାରକ) – ଦ୍ୱାଦଶ ପାସ୍ ହୋଇଥିବା ଆବଶ୍ୟକ ।

ତେବେ ଆବେଦନ କରିବା ପୂର୍ବରୁ ଆଶୟୀ ଅଫିସିଆଲ ନୋଟିଫିକେସନକୁ ଭଲ ଭାବରେ ପଢ଼ିନେବାକୁ ପରାମର୍ଶ । ଏହି ଲିଙ୍କ୍ ଦ୍ୱାରା ଅଫିସିଆଲ ନୋଟିଫିକେସନ ପଢ଼ିପାରିବେ https://iocl.com/apprenticeships

Get real time updates directly on you device, subscribe now.