fbpx

ହିନ୍ଦୁ ବୋଲି ମୋ ପ୍ରାର୍ଥୀପତ୍ର ନାକଚ କରିଦେଲେ: ବିଡିଓ କାର୍ଯ୍ୟାଳୟ ଆଗରେ ଧାରଣାରେ ୩ ମାସର ଗର୍ଭବତୀ [Video]

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବରଙ୍ଗପୁର ଜିଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ କାମତା ପଂଚାୟତ କୁସୁମୀ ଗ୍ରାମ ର ସମିତି ସଭ୍ୟା ପ୍ରାର୍ଥୀନୀ ନମିତା ସଗରୀଆ ନିଜ ନାମାଙ୍କନ ନାକଚର ପ୍ରତିବାଦରେ ଗତ ରାତି ଠାରୁ ତେନ୍ତୁଳୀଖୁଣ୍ଟି ବ୍ଲକ ବିଡ଼ିଓଙ୍କ କାର୍ୟ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ହିନ୍ଦୁ ବୋଲି ମୋ ପ୍ରାର୍ଥୀପତ୍ର ନାକଚ କରିଦେଲେ ଅଭିଯୋଗ କରି ୩ ମାସର ଗର୍ଭବତୀ ଧାରଣାରେ ବସିଛନ୍ତି। ବିପକ୍ଷରେ ନାମାଙ୍କନ ଦାଖଲ କରିଥିବା ୩ ଜଣ ପ୍ରାର୍ଥୀ ଦୀର୍ଘ ବର୍ଷ ପୁରୁଣା ଜାତିଗତ ପ୍ରମାଣ ପତ୍ର ଦେଇଥିବା ସତ୍ତ୍ୱେ ସେମାନଙ୍କ ନାମାଙ୍କନ କାଏମ ରହିଥିବା ବେଳେ ନମିତାଙ୍କ ନାମାଙ୍କନକୁ ଜାଣିଶୁଣି ନାକଚ କରିଥିବା ଅଭିଯୋଗ ହେଉଛି। ଜାନୁୟାରୀ ୧୮ ତାରିଖରେ ସ୍ଥାନୀୟ ତେନ୍ତୁଳୀଖୁଣ୍ଟି ତହସିଲଦାର ପ୍ରଦୀପ କୁମାର କର ଜାତିଗତ ପ୍ରମାଣପତ୍ର ପ୍ରଦାନ କରିଥିଲେ। କିନ୍ତୁ ବିଡ଼ିଓ ମହାଶୟ ରାତ୍ର ୮ ଟା ସମୟରେ ପ୍ରାର୍ଥିପତ୍ର ନାକଚ ହୋଇଯିବାର ସୂଚନା ଦେବା ପରେ ଏହାର ପ୍ରତିବାଦ କରି ୩ ମାସର ଗର୍ଭବତୀ ସମିତି ସଭ୍ୟା ପ୍ରାର୍ଥୀ ଗତ ରାତ୍ର ୯ ଘଣ୍ଟ ଠାରୁ ବର୍ତମାନ ଯାଏ ପଞ୍ଚାୟତ ସମିତି କାର୍ୟ୍ୟାଳୟ ସମୁଖ ରେ ଧାରଣାରେ ବସିଛନ୍ତି।

ବର୍ତମାନ ସୁଧା କୌଣସି ଅଧିକାରୀ ମହିଳା ଙ୍କ ନିକଟରେ ଆସି ନଥିବା ବେଳେ ଗତ ରାତ୍ର ଠାରୁ ଆଖିଆ ଅପିଆ ଧାରଣା ରେ ବସି ରହିଛନ୍ତି ଆଶାୟୀ ପ୍ରାର୍ଥୀ। ଜଣେ ଗର୍ଭବତୀ ଆଶାୟୀ ପ୍ରାର୍ଥୀ ଗତ ରାତି ଠାରୁ ଧାରଣାରେ ବସିଥିଲେ ମଧ୍ୟ ମାନବିକତା ଭୁଲି ଯାଇଛି ସ୍ଥାନୀୟ ପ୍ରଶାସନ। ପ୍ରାର୍ଥୀ ପତ୍ର ନାକଚ ର ପ୍ରକୃତ କାରଣ ଜଣା ନ ପଡିବା ଯାଏ ଧାରଣା ଚାଲିବ ବୋଲି କହିବା ସହ ଯଦି ପ୍ରାର୍ଥିପତ୍ର କୁ କାଏମ କରା ନ ଯାଏ ତାହେଲେ ଆତ୍ମହତ୍ୟା କରିବାର ଧମକ ଦେଉଛନ୍ତି ଉଭୟ ସ୍ୱାମୀ ସ୍ତ୍ରୀ।

 

Get real time updates directly on you device, subscribe now.