fbpx

ଅଭିଯୁକ୍ତକୁ ଗିରଫ ପାଇଁ ଆସି ହଟହଟା ହେଲା ହରିୟାଣା ପୋଲିସ୍

ସୋର: ଜଣେ ଅଭିଯୁକ୍ତକୁ ଗିରଫ ପାଇଁ ଆସି ହଟାହଟା ହୋଇଛି ହରିୟାଣା ପୋଲିସ । ଖନ୍ତାପଡ଼ା ଥାନା ଷଠି ଗାଁକୁ ଗିରଫ ପାଇଁ ଆସିଥିଲା ହରିୟାଣା ପୋଲିସ୍ । ତେବେ ଅଭିଯୁକ୍ତକୁ ନ ପାଇ ତା’ର ମାଆକୁ ଉଠାଇ ନେବାରୁ, ଏଥିରେ ଉତ୍ୟକ୍ତ ହୋଇ ପୋଲିସକୁ ଘେରିଲେ ସ୍ଥାନୀୟ ଲୋକେ ।

ସେପଟେ ଏହି ଘଟଣାକୁ କଭର କରିବାକୁ ଯାଇଥିବା ସାମ୍ବାଦିକ ନାରାୟଣ ମହାନ୍ତି ହରିୟାଣା ପୋଲିସ୍ ର ଆକ୍ରୋଶର ଶିକାର ହୋଇଥିଲେ । ସାମ୍ବାଦିକ ନାରାୟଣ ମହାନ୍ତିଙ୍କୁ ହରିୟାଣା ପୋଲିସ୍ ବନ୍ଧୁକ ଦେଖାଇବା ସହ ମାଡ ମାରିଥିବା ନେଇ ସାମ୍ବାଦିକ ନାରାୟଣ ଖନ୍ତାପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଥାନା ପରିସରରେ ଉତ୍ତେଜନା ଲାଗିରହିଛି । ଯାହାକୁ ନେଇ ଥାନା ପରିସରରେ ଲାଗିରହିଛି ଉତ୍ତେଜନା । ଖନ୍ତାପଡ଼ା ଥାନା ଭିତରେ ମଧ୍ୟ ହରିୟାଣା ପୋଲିସକୁ ପେଲାଠେଲା ।

Get real time updates directly on you device, subscribe now.