fbpx

୨୦୨୨ରେ ଏହି ସବୁ ମାସରେ ମିଳିବ ଲଙ୍ଗ ୱିକେଣ୍ଡ: ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ଛୁଟିର ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଳୀ: ୨୦୨୨ ବର୍ଷଟି ଆରମ୍ଭ ହୋଇ ଯାଇଛି । ଅଫିସରେ ନିଜର ଛୁଟିକୁ ନେଇ ସମସ୍ତେ ଉତ୍ସାହିତ ରହିଥାନ୍ତି । ବର୍ଷ ଆରମ୍ଭରୁ ଏଚଆରଙ୍କ ପକ୍ଷରୁ ଛୁଟିର ତାଳିକା ପ୍ରକାଶ ପାଇଛି । ଏହା ସହିତ ସମସ୍ତେ ଲଙ୍ଗ ୱିକେଣ୍ଡ ତଲାସରେ ରହିଥାନ୍ତି । ଏମିତି ଲଙ୍ଗ ୱିକେଣ୍ଡରେ ହିଁ ଛୋଟ ଛୋଟ ଭ୍ୟାକେସନ ପ୍ଲାନ କରିବାର ଲକ୍ଷ୍ୟ ରଖିଥାନ୍ତି । ଆପଣଙ୍କର ଏମିତି ଯୋଜନା ପାଇଁ ଲଙ୍ଗ ୱିକେଣ୍ଡର ଏକ ତାଲିକା ଆପଣଙ୍କ ପାଇଁ ଆମେ ପ୍ରସ୍ତୁତ କରିଛୁ । ୨୦୨୨ରେ ଆପଣଙ୍କୁ ଅତି କମରେ ୧୯ଟି ଲଙ୍ଗ ୱିକେଣ୍ଡ ମିଳିବ ଯେଉଁଥିରେ ଆପଣ ଛୁଟି ମନେଇବାର ଯୋଜନା ପ୍ରସ୍ତୁତ କରି ପାରିବେ ।

ଜାନୁୟାରୀ:

ଗଣତନ୍ତ୍ର ଦିବସ: ଜାନୁୟାରୀ ୨୬ ଯଦିଓ ଲଙ୍ଗ ୱିକେଣ୍ଡ ମଧ୍ୟରେ ଆସୁନାହିଁ ମାତ୍ର ଏହା ଆପଣଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିପାରେ ।

ଫେବୃୟାରୀ/ମାର୍ଚ୍ଚ:

ମହାଶିବରାତ୍ରି: ମାର୍ଚ୍ଚ ୧ ତାରିଖ ମଙ୍ଗଳବାରରେ ମହାଶିବରାତ୍ରୀର ଛୁଟି ରହୁଛି । ଯଦି କେହି ସୋମବାର ଅଫ୍ ନିଅନ୍ତି ତେବେ ଏହା ଲଙ୍ଗ ୱିକେଣ୍ଡରେ ପରିଣତ ହୋଇଯିବ ।
ହୋଲି: ମାର୍ଚ୍ଚ ୧୮ ତାରିଖ ଶୁକ୍ରବାର ହୋଲି ପଡୁଛି । ମାର୍ଚ୍ଚ ୧୯ ଓ ୨୦ ତାରିଖ ଶନିବାର ଓ ରବିବାର ପଡୁଥିବାରୁ ଏହା ୩ ଦିନିଆ ୱିକେଣ୍ଡରେ ପଡୁଛି ।

ଏପ୍ରିଲ:

ମହାବୀର ଜୟନ୍ତୀ/ବୈଶାଖୀ/ଆମ୍ବେଦକର ଜୟନ୍ତୀ: ଏପ୍ରିଲ ୧୪ ତାରିଖରେ ମହାବୀର ଜୟନ୍ତୀ/ବୈଶାଖୀ/ଆମ୍ବେଦକର ଜୟନ୍ତୀ ପଡୁଥିବା ବେଳେ ଏପ୍ରିଲ ୧୫ ତାରିଖରେ ଗୁଡ ଫ୍ରାଇଡେ ପଡୁଛି । ୧୬ ଓ ୧୭ ତାରିଖରେ ଶନି ଓ ରବିବାର ପଡୁଥିବାରୁ ଏହା ଲମ୍ବା ୱିକେଣ୍ଡରେ ସାମିଲ ହୋଇଛି ।

ମେ:

ଇଦ୍ ଉଲ ଫିତର: ମେ ୩ ତାରିଖ ମଙ୍ଗଳବାର ପଡୁଛି । ମେ୧ ତାରିଖରେ ଶ୍ରମିକ ଦିବସ ପଡୁଥିବା ବେଳେ ମେ୨ରେ ଛୁଟି ନେଲେ ଏହା ଲମ୍ବା ୱିକେଣ୍ଡରେ ପରିଣତ ହୋଇଯିବ ।
ବୁଦ୍ଧ ପୂର୍ଣ୍ଣିମା: ମେ ୧୬ ତାରିଖ ସୋମବାର ବୁଦ୍ଧ ପୂର୍ଣ୍ଣିମା ପଡୁଥିବା ବେଳେ ଶନି ଓ ରବିବାରର ଛୁଟିକୁ ମିଶାଇ ଏହା ଲଙ୍ଗ ୱିକେଣ୍ଡରେ ପରିଣତ କରିହେବ ।

ଅଗଷ୍ଟ ଓ ସେପ୍ଟେମ୍ବର:

ମହରମ: ଅଗଷ୍ଟ ୮ ତାରିଖ ସୋମବାରରେ ମହରମ ପଡୁଛି । ୬ ତାରିଖ ଶନିବାରରେ ଅଫ୍ ନେଲେ ଏହା ଲଙ୍ଗ ୱିକେଣ୍ଡରେ ପରିଣତ ହେବ ।
ରାକ୍ଷୀ: ଅଗଷ୍ଟ ୧୧ ତାରିଖ ଗୁରୁବାରରେ ରାକ୍ଷୀ ପଡୁଥିବା ବେଳେ ଯଦି କେହି ଶୁକ୍ରବାର ଅଫ ନିଅନ୍ତି ତାହେଲେ ଶନି ଓ ରବିବାରକୁ ମିଶାଇ ଏହାକୁ ଲଙ୍ଗ ୱିକେଣ୍ଡରେ ପରିଣତ କରିହେବ ।
ସ୍ୱାଧୀନତା ଦିବସ: ଅଗଷ୍ଟ ୧୫ ତାରିଖ ସୋମବାରରେ ସ୍ୱାଧୀନତା ଦିବସ ପଡୁଛି ।
ଜନ୍ମାଷ୍ଟମୀ: ଅଗଷ୍ଟ ୧୯ ତାରିଖ ଶୁକ୍ରବାର ପଡୁଥିବା ବେଳେ ଶନିବାର ଅଫ୍ ନେଲେ ଏହା ମଧ୍ୟ ଲଙ୍ଗ ୱିକେଣ୍ଡରେ ପରିଣତ ହେବ ।
ଗଣେଷ ଚତୁର୍ଥୀ: ଅଗଷ୍ଟ ୩୧ ବୁଧବାର ଗଣେଷ ଚତୁର୍ଥୀ ପଡୁଛି । ଗୁରୁବାର ଅଫ ନେଲେ ୨ ତାରିଖରେ ବିସର୍ଜନ ପାଇଁ ଛୁଟି । ୩ ଓ ୪ ତାରିଖରେ ଶନି ଓ ରବିବାର ପଡୁଛି ।
ଓନମ: ସେପ୍ଟେମ୍ବର ୮ ତାରିଖ ଗୁରୁବାରରେ ଓନମ ପଡୁଥିବା ବେଳେ ୯ ତାରିଖ ଶୁକ୍ରବାର ଅଫ ନେଲେ ଶନି ଓ ରବିବାର ଛୁଟି ମିଳିବ ।

ଅକ୍ଟୋବର:

ଦଶହରା: ଅକ୍ଟୋବର ୫ ତାରିଖ ଦଶହରା ଲଙ୍ଗ ୱିକେଣ୍ଡରେ ପଡୁନାହିଁ ତଥାପି ଯଦି ଆପଣ ନିଜର ବାଲାନ୍ସ ଲିଭର ଉପଯୋଗ କରୁଛନ୍ତି ତାହେଲେ ଆପଣ ଲଙ୍ଗ ୱିକେଣ୍ଡର ମଜା ନେଇ ପାରିବେ ।
ଦୀପାବଳି: ଅକ୍ଟୋବର ୨୪ ତାରିଖ ସୋମବାରରେ ପଡୁଥିବା ବେଳେ ୨୨ ଓ ୨୩ ତାରିଖ ଶନି ଓ ରବିବାରରେ ପଡୁଛି ।

ନଭେମ୍ବର:

ଗୁରୁ ନାନକ ଜୟନ୍ତୀ: ନଭେମ୍ବର ୮ ତାରିଖ ମଙ୍ଗଳବାରରେ ଗୁରୁ ନାନକ ଜୟନ୍ତୀ ପଡୁଛି । ୫ ଓ୬ ତାରିଖ ଶନି ଓ ରବିବାର ପଡୁଥିବାରୁ ସୋମବାର ଛୁଟି ନେଲେ ଏହା ୪ ଦିନିଆ ଲଙ୍ଗ ୱିକେଣ୍ଡରେ ପରିଣତ ହୋଇଯିବ ।
ଜୁନ, ଜୁଲାଇ, ସେପ୍ଟେମ୍ବର ଓ ଡିସେମ୍ବର ମାସରେ ଲଙ୍ଗ ୱିକେଣ୍ଡ ନଥିଲେ ହେଁ ଆପଣ ଚାହିଁଲେ ଛୁଟି ନେଇ ପାରିବେ ।

Get real time updates directly on you device, subscribe now.