fbpx
BJD SKY
BJD SKY

ଦିନ ଦି ପ୍ରହରେ ଲୁଟିନେଲେ ସୁନା: ଗୋଲ୍ଡ ଲୋନ ଦେଉଥିବା କମ୍ପାନୀ ହେଲା ଶିକାର

BJD

ପାଟନା: ବିହାରର ରାଜଧାନୀ ପାଟନାରେ ଦମଦାର ବଢୁଛି ଅପରାଧ । ଅପରାଧୀଙ୍କୁ ତିଳେ ହେଲେ ପୋଲିସର ଭୟ ଥିବା ମନେ ହେଉନାହିଁ । ଆଜି ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଏକ ଗୋଲ୍ଡ ଲୋନ ଦେଉଥିବା କମ୍ପାନୀଠାରୁ ଆଜି ଦିନ ଦି ପ୍ରହରରେ ୮ କେ.ଜି ଓଜନର ସୁନା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏହି ଘଟଣା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ପାଟନାର ଏକ ଫାଇନାନ୍ସ କମ୍ପାନୀରେ କୋଟିଏରୁ ଅଧିକ ଟଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି । ୪ ଜଣ ଲୁଟେରା ହଠାତ ଆସି ପ୍ରାୟ ୮ କେଜି ଓଜନର ସୁନା ଲୁଟି ନେଇଯାଇଛନ୍ତି । ତେବେ ଏ କବର ଜଣାପଡିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ବିଭିନ୍ନ ସ୍ଥାନରେ ଏବେ ପାଟନା ପୋଲିସ ତନାଘନା ଜାରି ରଖିଛି । ସେପଟେ ଏତେ ପରିମାଣର ସୁନା ଲୁଟକୁ ନେଇ ଚିନ୍ତାରେ ପଡିଛି କମ୍ପାନୀ ।

ଏହାପୂର୍ବରୁ ଗର୍ଦନୀବାଗ ଥାନା ଅଞ୍ଚଳରେ ମଧ୍ୟ ଏକ ଗହଣା ଦୋକାନରୁ ଲୁଟ ହୋଇଥିଲା । ୫ ଜଣ ଅପରାଧୀ ପସ୍ତଲ ମୁନରେ ଦୋକାନରୁ ସୁନାଗହଣା ଲୁଟ କରି ନେଇଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟରେ ବ୍ୟବହୃତ କିଛି ଜିନିଷ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.