fbpx

ସଞ୍ଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି, ୧୨ ଜଣ ଜଜ୍ ଓ ଅତିରିକ୍ତ ଜଜଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟରେ ଜଣେ ନୂଆ ବିଚାରପତି ନିଯୁକ୍ତି ପାଇଛନ୍ତି । ଆଡଭୋକେଟ ସଞ୍ଜୟ କୁମାର ମିଶ୍ରଙ୍କୁ ହାଇକୋର୍ଟର ନୂଆ ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୨ ଜଣ ଜଜ୍, ଅତିରିକ୍ତ ଜଜଙ୍କୁ ବିଭିନ୍ନ ରାଜ୍ୟର ହାଇକୋର୍ଟରେ ନିଯୁକ୍ତି ଦେଇଛନ୍ତି ।

ନୂଆ ବିଚାରପତିଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଖତିମ ରେଜା ଓ ଡ. ଅଂଶୁମାନଙ୍କୁ ପାଟନା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି କୁଳଦୀପ ମାଥୁର ଓ ଶୁଭା ମେହତାଙ୍କୁ ରାଜସ୍ଥାନ ହାଇକୋର୍ଟର ବିଚାରପତି, ଉର୍ମିଳା ସଚିନ ଯୋଶୀ-ଫାଲକେ ଓ ଭରତ ପାଣ୍ଡୁରାଙ୍ଗ ଦେଶପାଣ୍ଡେଙ୍କୁ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ମିଳିଛି ।

ସେହିପରି ରାଜା ବାସୁ ଚୌଧୁରୀ ଓ ଲୋପିତା ବାନର୍ଜୀଙ୍କୁ କୋଲକାତା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଦୀପ କୁମାର ଶ୍ରୀବାସ୍ତବଙ୍କୁ ଝାରଖଣ୍ଡ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ସୁନ୍ଦର ମୋହନ ଓ କବାଲି କୁମାରେଶ ବାବୁଙ୍କୁ ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.