fbpx

ଟି-୨୦ ବିଶ୍ୱକପ ଦଳରେ ସ୍ଥାନ ପାଇଲେ ନାହିଁ ରୋହିତ-ବିରାଟ: ଦେଖନ୍ତୁ କିଏ ଅଧିନାୟକ!

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ନିଜର ସର୍ବଶ୍ରେଷ୍ଠ ପ୍ଲେଇଙ୍ଗ ୧୧ ଖୋଜିବାରେ ବ୍ୟସ୍ତ ରହିଛନ୍ତି ୧୬ଟି ଯାକ ଟିମ । ତେବେ ସମସ୍ତଙ୍କ ନଜର ରହିଛି ଟିମ ଇଣ୍ଡିଆ ଉପରେ । ଆଇପିଏଲରେ ଅନେକ ଯୁବ ଖେଳାଳି ସୁନ୍ଦର ପ୍ରଦର୍ଶନ କରିଥିବା ବେଳେ କେଉଁମାନେ ଦଳରେ ସ୍ଥାନ ପାଇବେ ତାହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ତେବେ ଏହି ସମୟରେ ଏକ ଦଳ ଗଠନ କରାଯାଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଶ୍ୱକପ ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ଟିମରେ ସାମିଲ ନାହାନ୍ତି ରୋହିତ ଶର୍ମା ଏବଂ ଷ୍ଟାର ଖେଳାଳି ବିରାଟ କୋହଲି ।

Virat Kohli Or Rohit Sharma? Aakash Chopra Reveals Who India Will Miss More Against Australia

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ତଥା କମେଣ୍ଟ୍ରେଟର ଆକାଶ ଚୋପଡା ଏହି ଟିମ ତିଆରି କରିଛନ୍ତି । ତେବେ ଅଧିନାୟକ ରୋହିତ ଏବଂ ବିରାଟଙ୍କୁ କିପରି ସେ ଦଳରୁ ବାଦ ଦେଲେ ତାହା ପ୍ରଶ୍ନବାଚୀ । ପ୍ରକୃତରେ ଆଇପିଏଲ ୨୦୨୨ର ପ୍ରଦର୍ଶନକୁ ଲକ୍ଷ୍ୟ କରି ଏହି ଦଳ ପ୍ରସ୍ତୁତ କରିଛନ୍ତି ଆକାଶ । ତେଣୁ ଏହି ସିଜନରେ ଉଭୟ ଖେଳାଳିଙ୍କ ବ୍ୟାଟ ଶାନ୍ତ ଥିବାରୁ ସେ ଆକାଶଙ୍କ ଦଳରେ ସ୍ଥାନ ପାଇ ନାହାନ୍ତି । ରୋହିତ ଏବଂ ବିରାଟଙ୍କ ସହିତ ଋଷଭ ପନ୍ତ ମଧ୍ୟ ଏହି ଦଳରୁ ବାଦ ପଡିଛନ୍ତି । ତେବେ ସବୁଠୁ ବଡ କଥା ହେଉଛି ଏହି ଦଳର ନେତୃତ୍ୱ ଭାର ସେ ଆଇପିଏଲ ଟାଇଟଲ ଚମ୍ପିଆନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କାନ୍ଧରେ ଦେଇଛନ୍ତି ।

IPL 2022: This IPL Trophy Will Create A Legacy: Hardik Pandya After Guiding GT To Their Maiden Title In Their Debut Season

ବିଶ୍ୱକପ ପାଇଁ ଆକାଶ ଚୋପଡାଙ୍କ ଟିମ:

ହାର୍ଦ୍ଦିକ ପାଣ୍ଡ୍ୟା(ଅଦିନାୟକ), କେ.ଏଲ ରାହୁଲ, ଇଶାନ କିଶାନ, ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ଶାମୀ, ଆବେଶ ଖାନ, କ୍ରୁନାଲ ପାଣ୍ଡ୍ୟା, ସଞ୍ଜୁ ସାମସନ, ଅର୍ଶଦୀପ ସିଂହ, ଦୀପକ ହୁଡ୍ଡା, କୁଳଦୀପ ଯାଦବ, ହର୍ଷଲ ପଟେଲ ଏବଂ ଜଶପ୍ରୀତ ବୁମରାହ ।

Get real time updates directly on you device, subscribe now.