fbpx

Vi ଲଞ୍ଚ୍ କଲା ଶସ୍ତା ରିଚାର୍ଜ ପ୍ଲାନ୍‌, ୨୮ ଦିନର ଭାଲିଡିଟି ସହ ଡାଟାର ମଜା ଉଠାନ୍ତୁ

ନୂଆଦିଲ୍ଲୀ: Vodafone-idea(Vi) ଏହାର କୋଟି କୋଟି ବ୍ୟବହାରକାରୀଙ୍କ ପାଇଁ ନୂଆ ରିଚାର୍ଜ ପ୍ଲାନ୍ ଲଞ୍ଚ୍ କରିଛି । Vodafone-ideaର ଏହି ରିଚାର୍ଜ ପ୍ଲାନ୍ ୨୮ ଦିନର ଭାଲିଡିଟି ସହ ଡାଟା ସୁବିଧା ପ୍ରଦାନ କରୁଛି । ଏହା ବ୍ୟତୀତ Viର ଅନଲିମିଟେଡ୍ ପ୍ଲାନ୍ ଅନ୍ତର୍ଗତ ବ୍ୟବହାରକାରୀଙ୍କୁ ରାତି ସାରା ମାଗଣା ଇଣ୍ଟରନେଟ୍ ଡାଟା ଅଫର କରୁଛି । ତେବେ ଆସନ୍ତୁ ଜାଣିବା Viର ନୂତନ ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ବିଷୟରେ ।

-Viର ୧୧୮ ଟଙ୍କା ଡାଟା ପ୍ଲାନ୍‌: ଏହି ପ୍ଲାନ୍ ଅନ୍ତର୍ଗତ ବ୍ୟବହାରକାରୀଙ୍କୁ ୨୮ ଦିନର ଭାଲିଡିଟି ସହ ୧୨ GBର ଡାଟା ମିଳିଥାଏ । ଏହା ଡାଟା ଓନଲି ପ୍ଲାନ୍ ଅଟେ ଯାହା ବ୍ୟବହାରକାରୀଙ୍କୁ କେବଳ ଡାଟା ଅଫର କରିଥାଏ । ଏଥିରେ ଫ୍ରି କଲିଂର ସୁବିଧା ନଥାଏ । ଏହା ଅନ୍ତର୍ଗତ ବ୍ୟବହାରକାରୀ ପୂର୍ବରୁ ଥିବା କୌଣସି ପ୍ଲାନ୍ ସହ ରିଚାର୍ଜ କରିପାରିବେ ।

-Viର ୧୨୫ ଟଙ୍କା ଡାଟା ପ୍ଲାନ୍‌: ଏହି ପ୍ଲାନ୍ ଅନ୍ତର୍ଗତ ବ୍ୟବହାରକାରୀଙ୍କୁ ୨୮ ଦିନର ଭାଲିଡିଟି ସହ ୧ GBର ଡାଟା ଅଫର ମିଳିଥାଏ ।

-Viର ୧୦୦ ଟଙ୍କା ଡାଟା ପ୍ଲାନ୍‌: ଏହି ପ୍ରିପେଡ୍ ପ୍ଲାନର ଭାଲିଡିଟି ମାତ୍ର ୭ ଦିନ । ଏହା ଅନ୍ତର୍ଗତ କମ୍ପାନୀ ବ୍ୟବହାରକାରୀଙ୍କୁ ୭୫ ଟଙ୍କାରେ ୬ GB ଡାଟା ପ୍ରଦାନ କରିଥାଏ ।

-Viର ୪୯ ଟଙ୍କା ଡାଟା ପ୍ଲାନ୍‌: ୪୯ ଟଙ୍କାର ଡାଟା ପ୍ଲାନ୍ ଅନ୍ତର୍ଗତ ବ୍ୟବହାରକାରୀଙ୍କୁ ୨୦ GB ଡାଟା ମିଳିଥାଏ ଯାହାର ଭାଲିଡିଟି ମାତ୍ର ୧ ଦିନ ।

-Viର ୩୯ ଟଙ୍କା ଡାଟା ପ୍ଲାନ୍‌: ଏହି ପ୍ଲାନ୍ ୩ GB ଅତିରିକ୍ତ ଡାଟା ଅଫର ପ୍ରଦାନ କରିଥାଏ । ଏହି ପ୍ଲାନର ଭାଲିଡିଟି ୩ ଦିନ ଅଟେ । ବର୍ତ୍ତମାନ ଏହି ପ୍ଲାନରେ ବ୍ୟବହାରକାରୀଙ୍କୁ ୬ GB ଡାଟା ପ୍ରଦାନ କରାଯାଉଛି ।

 

 

 

 

 

 

Get real time updates directly on you device, subscribe now.